ଆମକୁ ଯାହା ଇଚ୍ଛା କୁହନ୍ତୁ, ହେଲେ ଆମେ ଇଣ୍ଡିଆ, ମୋଦୀଙ୍କ କଟାକ୍ଷର ଜବାବ ରଖିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ (ସଂକେତ ଟିଭି) ବିରୋଧୀ ମେଣ୍ଟର ଇଣ୍ଡିଆ ନାଁକୁ ପ୍ରଧାନମନ୍ତ୍ରୀ ମୋଦୀ କଟାକ୍ଷ କରିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାର ଜବାବ ରଖିଛନ୍ତି । ସେ ଟ୍ୱିଟ୍ କରି ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଆପଣ ଯାହା ଇଚ୍ଛା କୁହନ୍ତୁ ନା କାହିଁକି, କିନ୍ତୁ ଆମେ ଇଣ୍ଡିଆ । ଆମେ ମଣିପୁରରେ ସ୍ଥିତିକୁ ଠିକ କରିବା ଏବଂ ସମସ୍ତ ମହିଳା ଓ ଶିଶୁଙ୍କ ଆଖିରୁ ଲୁହ ପୋଛିବାରେ ସାହାଯ୍ୟ କରିବୁ । ଆମେ ରାଜ୍ୟର ସବୁ ଲୋକଙ୍କ ପାଖକୁ ପୁଣିଥରେ ଭଲପାଇବା ଓ ଶାନ୍ତି ଫେରାଇ ଆଣିବୁ । ଆମେ ମଣିପୁରରେ ଭାରତର ପୁନଃନିର୍ମାଣ ପାଇଁ ବିଚାର କରିବୁ ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଇଣ୍ଡିଆ ନାଁ ରଖିଲେ କିଛି ହୋଇଯିବ ନାହିଁ । ଇଣ୍ଡିଆନ୍ ମୁଜାହିଦ୍ଦିନ୍ ଓ ଇଷ୍ଟ ଇଣ୍ଡିଆ କମ୍ପାନୀରେ ବି ଇଣ୍ଡିଆ ନାଁ ଥିବା କହି ବିରୋଧୀଙ୍କୁ କଟାକ୍ଷ କରିଛନ୍ତି । ବିଜେପି ସଂସଦୀୟ ଦଳକୁ ସମ୍ବୋଧନ କରି ମୋଦୀ କହିଛନ୍ତି ବିରୋଧୀ ଏବେ ଦିଗହରା ଓ ହତାଶ ହୋଇପଡ଼ିଛନ୍ତି । ପୂର୍ବରୁ ବିରୋଧୀ ଏପରି ଦିଗହରା ହୋଇଥିବା ସେ କେବେ ଦେଖିନାହାନ୍ତି ବୋଲି ମୋଦୀ କହିଛନ୍ତି ।