ରାସ୍ତା କଡକୁ ଓଲଟିଲା ଟାଟା ମ୍ୟାଜିକ, ୧୦ ଶ୍ରମିକ ଆହତ
ବାଲେଶ୍ବର (ସଂକେତ ଟିଭି) ବାଲେଶ୍ବର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ନନ୍ଦିକା ଛକ ନିକଟରେ ଏକ ଟାଟା ମେଜିକ ଗାଡ଼ି ରାସ୍ତାକଡ଼କୁ ଓଲଟି ପଡ଼ିବାରୁ ୧୦ ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ବାରମାଇଲ,ମୋହନପୁର ଓ ଡାକୋଇ ଗ୍ରାମର ୪୦ ମହିଳା ଓ ୫ ଜଣ ପୁରୁଷଙ୍କୁ ମିଶାଇ ମୋଟ ୪୫ ଜଣ କୃଷି ଶ୍ରମିକ ଅଞ୍ଚଳରୁ ଏକ ଟାଟା ମେଜିକ ଗାଡ଼ିରେ ଜଳେଶ୍ଵର ଆମ୍ବିଳିଅଠା ଓ ଚୁଡାମଣିପୁରୁ ଗାଁ କୁ ଆସୁଥିଲେ। ତେବେ ୧୬ ନମ୍ବର ଜାତୀୟ ରାଜପଥର ନନ୍ଦିକା ଛକ ନିକଟରେ ଏହି ଗାଡିର ଚକ ଫାଟି ଯିବାରୁ ଭାରସାମ୍ୟ ହରାଇ ଗାଡି ଓଲଟି ପଡିଥିଲା। ଦୁର୍ଘଟଣାରେ ୧୦ରୁ ଅଧିକ ଶ୍ରମିକ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲର ଭର୍ତ୍ତି କରାଯାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।