ଏନଡିଏ ପାଖରେ ରହିଛି କେବଳ ୩ଟି ଶକ୍ତିଶାଳୀ ଦଳ, ଇଡି, ସିବିଆଇ ଓ ଆଇଟି : ଉଦ୍ଧବ ଠାକରେ

ମୁମ୍ବାଇ (ସଂକେତ ଟିଭି) ବିଜେପି ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ)ରେ କେବଳ ତିନୋଟି ଶକ୍ତାଶାଳୀ ଦଳ ଅଛନ୍ତି । ସେମାନେ ହେଉଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), ଆୟକର ବିଭାଗ ଏବଂ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) । ଭାରତୀୟ ଜନତା ପାର୍ଟି(ବିଜେପି)କୁ ଟାର୍ଗେଟ୍‌ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ କରିଛନ୍ତି।

ନିକଟରେ ଅନୁଷ୍ଠିତ ଏନଡିଏର ବୈଠକକୁ ନେଇ ଠାକ୍‌ରେ କହିଛନ୍ତି, ନିର୍ବାଚନ ପାଖେଇ ଆସିଲେ, ବିଜେପି ପାଇଁ ଏନଡିଏ ସରକାର ହୋଇଥାଏ। କିନ୍ତୁ ନିର୍ବାଚନ ପରେ ଏହା ମୋଦି ସରକାର ହୋଇଯାଏ। ଏନଡିଏରେ ୩୬ଟି ଦଳ ଅଛି। କେବଳ ଇଡି, ସିବିଆଇ ଏବଂ ଆୟକର ହେଉଛି ଏନଡିଏର ତିନୋଟି ଶକ୍ତିଶାଳୀ ଦଳ। ଅନ୍ୟ ଦଳଗୁଡିକ କେଉଁଠାରେ ଅଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

୩୬ଟି ଦଳ ମଧ୍ଯରୁ ଅନେକ ଦଳର ଗୋଟିଏ ମଧ୍ଯ ସାଂସଦ ନାହାଁନ୍ତି। ସେମାନଙ୍କୁ ନେଇ ଭାଜପା ଏନଡିଏ ଗଠନ କରିଛି ବୋଲି ସେ କହିଛନ୍ତି। ଗତ ସପ୍ତାହରେ ଦିଲ୍ଲୀରେ ଏନଡିଏର ଏକ ବୈଠକ ହୋଇଥିଲା। ସେହି ଦିନ ଶିବସେନା (ୟୁବିଟି) ସମେତ ୨୬ ବିରୋଧୀ ଦଳ ବେଙ୍ଗାଲୁରୁରେ ସାକ୍ଷାତ କରି ସର୍ବସମ୍ମତି କ୍ରମେ ସେମାନଙ୍କ ମିଳିତ ମେଣ୍ଟ ‘ଇଣ୍ଡିଆ’ ନାମ ଦେଇଥିଲେ।