ନିଜ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା ଉଦ୍ୟମ କଲେ ଡେପୁଟି ଇନିସ୍ପେକ୍ଟର

କୋରାପୁଟ (ସଂକେତ ଟିଭି) ନିଜ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା ଉଦ୍ୟମ କଲେ ଡେପୁଟି ଇନିସ୍ପେକ୍ଟର । କୋରାପୁଟ ଏସପିଙ୍କ କାର୍ଯ୍ୟାଳୟ ପରିସରରେ ଆଜି ସକାଳ ସାଢ଼େ ୧୧ଟା ସମୟରେ ଡେପୁଟି ଇନ୍ସପେକ୍ଟର ନରେନ୍ଦ୍ର ବିଶ୍ୱାଳ ବୁଧବାର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁଳି ନରେନ୍ଦ୍ର ବିଶ୍ବାଳଙ୍କ ବାଜି ବାମ ପଟ ମୁହଁରେ ଗୁରୁତର ଆଘାତ ଲାଗିଛି। ସେ ଡେପୁଟି ସୁବେଦାର ଶ୍ରେଣୀ ଅଧିକାରୀ ଭାବେ କାମ କରୁଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି। କୌଣସି କାରଣରୁ ସେ ଏପରି ଚରମ ପଦକ୍ଷେପ ନେବାକୁ ଯାଉଥିଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।