OSSC ଜେଇ ପ୍ରଶ୍ନପତ୍ର ଲିକ୍‌ ଘଟଣାର ମାଷ୍ଟର ମାଇଣ୍ଡ ସମେତ ୭ ଗିରଫ

ବାଲେଶ୍ବର (ସଂକେତ ଟିଭି) ବାଲେଶ୍ବର ପୋଲିସ୍ ଓଡ଼ିଶା ଷ୍ଟାଫ ସିଲେକସନ୍‌ କମିଶନ (OSSC) ପରିଚାଳିତ ଜେଇ ସିଭିଲ୍ ମେନ୍ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ମାମଲାରେ ବିହାରରୁ ମାଷ୍ଟର ମାଇଣ୍ଡକୁ ଗିରଫ କରିଛି । ମାଷ୍ଟରମାଇଣ୍ଡ ସମେତ ଏହି ମାମଲାରେ ୭ ଅଭିଯୁକ୍ତ ବିହାରରୁ ପୋଲିସ ଗିରଫ କରିଛି । ଏହି ଘଟଣାରେ ପୋଲିସ ପୂର୍ବରୁ ୯ ଜଣଙ୍କୁ ଦୀଘାରୁ ଗିରଫ କରିଥିଲା ।

ସୂଚନା ଅନୁସାରେ, କିଛି ଦିନ ତଳେ ଜଳେଶ୍ୱରର ଏକ ହୋଟେଲରେ ପ୍ରଶ୍ନପତ୍ର ନେଇ ଡିଲ୍‌ ଚାଲିଥିବା ପୋଲିସ ଚଢ଼ାଉ କରି କିଛି ଡକ୍ୟୁମେଣ୍ଟ ସହ ଅନ୍ୟାନ୍ୟ ଜିନିଷ ଜବତ କରିଥିଲା । ଏହି ପ୍ରଶ୍ନପତ୍ର ପ୍ରଦାନ ପାଇଁ ଜଣଙ୍କ ପିଛା ୮ରୁ ୧୦ ଲକ୍ଷ ଟଙ୍କାରେ ମୂଲଚାଲ ହୋଇଥିଲା ।

ଏହି ଚଢ଼ାଉ ସମୟରେ ପୋଲିସ ୬ ଟି କାର୍‌ ସହ, ଗୋଟିଏ ବସ୍, ଅନେକ ସାର୍ଟିଫିକେଟ ଜବତ କରିଥିଲା। ଏଥି ସହିତ ୧୫ଟି ମୋବାଇଲ୍ ଫୋନ, ସାଇନ ହୋଇଥିବା ଏକାଧିକ ବ୍ଲାଙ୍କ ଚେକ୍‌ ଓ ନଗଦ ୨୨,୫୦୦ ଟଙ୍କା ମଧ୍ୟ ସ୍ପଟ୍‌ରୁ ଜବତ କରାଯାଇଥିଲା।