ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା
ଭୁବନେଶ୍ବର (ସଂକେତ ଟିଭି) ଆସନ୍ତା ବର୍ଷ ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ଏହା ମାର୍ଚ୍ଚ ୪ ପର୍ଯ୍ୟନ୍ତ ଜାରି ରହିବ । ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ମାଟ୍ରିକ୍ ପରୀକ୍ଷା ପାଇଁ ଅକ୍ଟୋବର ମାସରୁ ଫର୍ମ ଫିଲଅପ୍ ଆରମ୍ଭ ହେବ । ମାଟ୍ରିକ୍ ପରୀକ୍ଷା ପରେ ମାର୍ଚ୍ଚ ୧୨ରୁ ଖାତା ଦେଖା ଆରମ୍ଭ ହେବ । ଚଳିତ ବର୍ଷ ଏକା ସାଙ୍ଗ ରେ ହେବ ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ଅନୁଷ୍ଠିତ ହେବ ।
ମାଟ୍ରିକ ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ବି ହେବ। ଏଥର ପୁଣି ପୁରୁଣା ଢାଞ୍ଚାରେ ହେବ ପରୀକ୍ଷା। ଶତ ପ୍ରତିଶତ ସିଲାବସ୍କୁ ନେଇ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ ଓ ପିଲାମାନେ ଶହେ ମାର୍କର ପରୀକ୍ଷା ଦେବେ ବୋଲି ବୋର୍ଡ ଡାଇରେକ୍ଟର ନିହାର ରଞ୍ଜନ ମହାନ୍ତି ସ୍ପଷ୍ଟ କରିଛନ୍ତି।