ସ୍ୱାମୀକୁ ଶାବଳରେ ଭୁସି ହତ୍ୟାକଲେ ସ୍ତ୍ରୀ ଓ ପୁଅ

ଭଦ୍ରକ (ସଂକେତ ଟିଭି) ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ବାଣିତିଆ ପଞ୍ଚାୟତ ମହଲା ସାହିରେ ପାରିବାରିକ କଳହରୁ ସ୍ୱାମୀକୁ ଶାବଳରେ ଭୁସି ହତ୍ୟାକଲେ ସ୍ତ୍ରୀ ଓ ପୁଅ । ଗ୍ରାମବାସୀ ଏଥିରେ ଉତ୍ୟକ୍ତ ହୋଇ ସ୍ତ୍ରୀ ଓ ପୁଅକୁ ଗଛରେ ବାନ୍ଧି ମାଡ଼ ମାରିଛନ୍ତି । ଘଟଣାସ୍ଥଳରେ ପୋଲିସ ପଂହଁଚି ସ୍ତ୍ରୀ ଓ ପୁଅକୁ ଅଟକ ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ମୃତ ବ୍ୟକ୍ତି ଜଣଙ୍କ ହେଲେ ସୁରେଶମହଲା। ତାଙ୍କ ସ୍ତ୍ରୀ ସଂଜୁଲତା ମହଲା ଓ ତାଙ୍କ ନାବାଳକ ପୁଅକୁ ପୋଲିସ ଅଟକ ରଖିଛି । ଘଟଣାସ୍ଥଳରୁ ପୋଲିସ ଏକ ଶାବଳ ଜବତ କରିଛି ।

ସୂଚନା ଅନୁସାରେ, ଆଜି ଭୋର ସମୟରେ ସୁରେଶ ଘର ଭିତରୁ ଚିତ୍କାର କରି ବାହାରକୁ ଦୌଡି ଆସିଥିଲେ। ପରେ ରାସ୍ତାରେ ପଡି ଯାଇଥିଲେ। ପଡୋଶୀ ତାଙ୍କୁ ପାଟି ଶୁଣି ବାହାରକୁ ଦୌଡ଼ି ଆସିଥିଲେ। ଲୋକେ ତାଙ୍କ ଦେହରେ ଦୁଇଟି କ୍ଷତ ଚିହ୍ନ ଦେଖିଥିଲେ। ପରେ ସୁରେଶଙ୍କର କିଛି ସମୟ ଭିତରେ ସେଠାରେ ମୃତ୍ୟୁ ହୋଇଯାଇଥିଲା। ସୁରେଶଙ୍କୁ ତାଙ୍କ ସ୍ତ୍ରୀ ଓ ପୁଅ ମିଶି ମାରିଦେଇଥିବା ଗ୍ରାବମାସୀ ଜାଣିବାକୁ ପାଇଥିଲେ। ଏନେଇ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ।
ଏହାସହ ଗ୍ରାମବାସୀ ଉଭୟ ମାଆ ପୁଅକୁ କାବୁ କରି ଗଛରେ ବାନ୍ଧି ମାଡ ମାରିଥିଲେ।