ପ୍ରଶ୍ନପତ୍ର ଲିକ୍ ମାମଲାରେ ୫୫ ଜଣ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି
ଭୁବନେଶ୍ବର (ସଂକେତ ଟିଭି) ଓଏସଏସସି ଦ୍ବାରା ପରିଚାଳିତ ଜେଇ ମେନ୍ ସିଭିଲ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ୫୫ ଜଣ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ନିଯୁକ୍ତିରୁ କାହିଁକି ଆଜୀବନ ବାସନ୍ଦ କରାଯିବନି ସେ ନେଇ କାରଣ ଦର୍ଶାଇବାକୁ ନୋଟିସ୍ରେ ଓଏସଏସସି ପକ୍ଷରୁ ଉଲ୍ଲେଖ କରାଯାଇଛି ।
ସୂଚନା ଅନୁସାରେ, ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଦ୍ବାରା ପରିଚାଳିତ ଜେଇ ମେନ୍ ସିଭିଲ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ମାଷ୍ଟର ମାଇଣ୍ଡକୁ ବାଲେଶ୍ବର ପୋଲିସ ଗିରଫ କରିଛି । ଏହି ଘଟଣାରେ ସଂପୃକ୍ତ ଥିବା ୯ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଓଏସଏସସି ପ୍ରଶ୍ନପତ୍ର ବିଭ୍ରାଟ ମାମଲାରେ OSSC ସେକ୍ରେଟାରୀଙ୍କୁ ବାଲେଶ୍ବର ଏସପି ସାଗରିକା ନାଥ ଚିଠି ଲେଖିଥିଲେ । ଏହି ମାମଲାରେ ୯୨ଜଣ ପରୀକ୍ଷାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଥିଲେ । ଏହି ପରୀକ୍ଷାର୍ଥୀମାନେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର କିଣିବା ପାଇଁ ଡିଲ୍ କରିଥିଲେ ବୋଲି ସେ ଚିଠିରେ ଉଲ୍ଲେଖ କରିଥିଲେ ।