ପାଇଖାନା ଟାଙ୍କିରେ ପଡି ଦୁଇ ଶ୍ରମିକଙ୍କ ମୃତ୍ୟୁ
ଭୁବନେଶ୍ବର (ସଂକେତ ଟିଭି) ଭୁବନେଶ୍ବର ଶିଶୁପାଳଗଡ ରଘୁନାଥନଗର ଲେନ୍-୨ ରେ ପାଇଖାନା ଟାଙ୍କି ସଫା କରିବାକୁ ଯାଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଦୁହେଁ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇଯାଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅଗ୍ନିଶମ ବାହିନୀ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ହସ୍ପିଟାଲରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ସୂଚନା ଅନୁସାରେ, ଭୁବନେଶ୍ବର ଶିଶୁପାଳଗଡ ରଘୁନାଥନଗର ଲେନ୍-୨ରେ ପାଇଖାନା ଟାଙ୍କି ସଫା ବେଳେ ଅଭାବନୀୟ ଘଟଣା ଘଟିଛି । ପାଇଖାନା ଟାଙ୍କି ସଫା କରିବା ବେଳେ ଦୁଇ ଜଣ ଶ୍ରମିକ ଟାଙ୍କି ଭିତରେ ଫସିଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଦୁଇ ଶ୍ରମିକଙ୍କୁ ଟାଙ୍କି ଭିତରୁ ଉଦ୍ଧାର କରିଥିଲେ । ଏହାପରେ ସେମାନଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କ୍ୟାପିଟାଲ ହସ୍ପିଟାଲରେ ଦୁଇ ଶ୍ରମିକଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।