ବିଲକୁ ଖସି ପଡିଲା ଦୃତଗାମୀ କାର୍

ବାଲେଶ୍ବର (ସଂକେତ ଟିଭି) ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ସତ୍‌ସଙ୍ଖ ବିହାର ଠାରେ ଦ୍ରୁତ ଗତିରେ ଆସୁଥିବା କାର୍ ବିଲକୁ ଖସି ପଡିଛି । ଏହି ଦୁର୍ଘଟଣାରେ ଜଣେ ଗୁରୁତର ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଜଳେଶ୍ୱର ଥାନା ସତସଙ୍ଗ ବିହାର ଠାରେ ଥିବା ବିଦେଶୀ ମଦ କାଉଣ୍ଟରକୁ ବିଳମ୍ବିତ ରାତିରେ ଦୁଇ ଜଣ ବ୍ୟକ୍ତି ଦ୍ରୁତ ଗତିରେ ଏକ କାର ଚଳାଇ ଆସୁଥିଲେ । ଭାରସାମ୍ୟ ହରାଇ ଏହା ରାସ୍ତା ପାଖ ବିଲକୁ ଖସି ପଡିଥିଲେ । ଗାଡିର ପଛପଟ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ କାରର ଆଗରେ ବସିଥିବା ଜଣେ ଗୁରୁତର ହୋଇ ଯାଇଛନ୍ତି । ଡ୍ରାଇଭର ଅଳ୍ପକେ ରକ୍ଷା ପାଇ ଯାଇଥିଲେ ।

ସେପଟେ ଘଟଣାସ୍ଥଳରୁ ଡ୍ରାଇଭର ଜଣକ ଫେରାର ହୋଇ ଯାଇଥିବା ବେଳେ ସ୍ଥାନୀୟ ଲୋକ ଗୁରୁତରଙ୍କୁ ଉଦ୍ଧାର କରି ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରି ଥିଲେ। ତେବେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।