ସ୍ତ୍ରୀକୁ କଟୁରୀରେ ହାଣିଲା ସ୍ୱାମୀ

ବାରିପଦା (ସଂକେତ ଟିଭି) ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ସିଲିଟିଆ ଗାଁରେ ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସ୍ତ୍ରୀଙ୍କୁ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଘରୋଇ କଳିକୁ କେନ୍ଦ୍ରକରି ସିଲିଟିଆ ଗାଁରେ ଚନ୍ଦ୍ର ଗାଗରାଇ ନିଜ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରିଥିଲା । ଗୁରୁତର ସ୍ତ୍ରୀ ସମୋବାରି ଗାଗରାଇଙ୍କୁ ପ୍ରଥମେ ଯଶୀପୁର ଓ ପରେ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଛି । ଶନିବାର ସନ୍ଧ୍ୟା ସମୟରେ ଘଟଣା ଘଟାଇ ଅଭିଯୁକ୍ତ ସ୍ବାମୀ ଫେରାର ହୋଇଯାଇଛି ।