ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍

ବ୍ରହ୍ମପୁର (ସଂକେତ ଟିଭି) ୨୫ ବର୍ଷ ତଳର ଏକ ହତ୍ୟା ଘଟଣାରେ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍ ହୋଇଛି । ୨୫ ବର୍ଷ ତଳର ଟାଟା କମ୍ପାନୀ ପାଇଁ ଜମି ଅଧିଗ୍ରହଣ ବେଳେ ହୋଇଥିବା ପୁଲିସ ଅଫିସରଙ୍କ ହତ୍ୟା ଘଟଣାର ଆଜି ପ୍ରକାଶ ପାଇଛି ଗୁରୁତ୍ୱପୂର୍ଣ୍ଣ ରାୟ। ଏହି ମାମଲାରେ ପୂର୍ଵତନ ବିଧାୟକ ଏନ ନାରାୟଣ ରେଡ୍ଡୀଙ୍କ ସହ ୧୩ ଜଣଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ୩ କୋର୍ଟ ଆଜି ଏହି ମାମଲାର ରାୟ ପ୍ରକାଶ କରିଛନ୍ତି। ଘଟଣାରେ ନାରାୟଣ ରେଡ୍ଡୀଙ୍କ ସହ ୨୨ ଜଣଙ୍କ ନାଁରେ ମାମଲା ହୋଇଥିଲା।

ଉଲ୍ଲେଖଯୋଗ୍ୟ, ୧୯୯୮ ମସିହା ମଇ ମାସ ୧୮ ତାରିଖରେ ଟାଟା କମ୍ପାନୀ ପାଇଁ ଜମି ଅଧିଗ୍ରହଣ ପାଇଁ ସିନ୍ଧି ଗାଁରେ ଏକ ବୈଠକ ବସିଥିବା ବେଳେ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳ ଓ ମାରପିଟ୍‌ରେ ଗଞ୍ଜାମ ପୋଲିସ ଜିଲ୍ଲାର କାର୍ଯ୍ୟରତ ତତ୍କାଳୀନ ରିଜର୍ଭ ଇନ୍ସପେକ୍ଟର ବିନୟ ମେହେରଙ୍କୁ ଆନ୍ଦୋଳନକାରୀ ହତ୍ୟା କରିଥିଲେ । ଟାଟା କମ୍ପାନୀ ପାଇଁ ଜମି ଅଧିଗ୍ରହଣ ବେଳେ ଗଣ ସଂଗ୍ରାମ ସମିତି ନାମରେ ସଙ୍ଗଠନ କମ୍ପାନୀର ଜମି ଅଧିଗ୍ରହଣକୁ ବିରୋଧ କରୁଥିଲେ। ଏହାସହ ଜିଲ୍ଲାପାଳ ଓ ଏସପିଙ୍କ ସିକ୍ୟୁରିଟି ଅଧିକାରୀଙ୍କୁ ହତ୍ୟ ଉଦ୍ୟମ କରାଯାଇଥିଲା । ପୂର୍ବତନ ବିଧାୟକ ଏନ ନାରାୟଣ ରେଡ୍ଡୀ ଗଣ ସଂଗ୍ରାମ ସମିତିର ମୁଖ୍ୟ ନେତା ଥିଲେ । ଘଟଣାରେ ନାରାୟଣ ରେଡ୍ଡୀଙ୍କ ସହ ୨୨ ଜଣଙ୍କ ନାଁରେ ମାମଲା ହୋଇଥିଲା। ଏନ ନାରାୟଣ ରେଡ୍ଡୀ କମୁନିଷ୍ଟ ଛତ୍ରପୁର ବିଧାୟକ ଥିଲେ। ସେ ୨୦୦୪ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଛତ୍ରପୁର ବିଧାୟକ ଥିଲେ।

ରିଜର୍ଭ ଇନ୍ସପେକ୍ଟର ବିନୟ ମେହେରଙ୍କୁ ହତ୍ୟା ଘଟଣାରେ ଛତ୍ରପୁର ଥାନାରେ ୧୧୫/୧୮୯୮ରେ ଦଫା ୩୦୨ ଅନୁସାରେ ‌ମାମଲା ରୁଜୁ ହୋଇଥିଲା । ଛତ୍ରପୁରର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କ ସହ ୨୨ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା ପୋଲିସ । ମାମଲାର ବିଚାର ସମୟରେ ୨୨ ଜଣଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ହୋଇସାରିଛି ।