ମୋବାଇଲ ଫୋନ ହଜାଇ ଦେବାରୁ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ବାମୀ
ବାରିପଦା (ସଂକେତ ଟିଭି) ମୋବାଇଲ ଫୋନ ହଜାଇ ଦେବାରୁ ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅନ୍ତର୍ଗତ ତାରାଯୋଡ଼ି ଗ୍ରାମରେ ନିଜ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ମାରିଦେଲା ସ୍ବାମୀ। ସ୍ବାମୀ ରାମଚନ୍ଦ୍ର ସିଂ ତାଙ୍କ ସ୍ତ୍ରୀ ମୁଗୁଲି ସିଂଙ୍କ ସହିତ ରବିବାର ରାତିରେ ମୋବାଇଲ ହଜାଇବାକୁ ନେଇ ପାଟି ତୁଣ୍ଡ ହୋଇଥିଲା। ଏହାକୁ ନେଇ ସ୍ୱାମୀ ଉତକ୍ଷିପ୍ତ ହୋଇ ପାଖରେ ଥିବା ଏକ ଠେଙ୍ଗାରେ ମାଡ ମାରିଥିଲେ, ଫଳରେ ସ୍ତ୍ରୀ ମୁଗୁଲିଙ୍କର ମୃତ୍ୟୁ ହୋଇଥିଲା।
ତେବେ ସୋମବାର ସକାଳୁ କୁଳିଅଣା ପୁଲିସ ଖବର ପାଇ ଶବ ଜବତ କରିବା ସହିତ ଏକ ମାମଲା ରୁଜୁ କରିବା ସହିତ ସ୍ବାମୀ ରାମଚନ୍ଦ୍ରଙ୍କୁ ଥାନାରେ ଗିରଫ କରି ଅଧିକ ପଚରା ଉଚରା ଜାରି ରଖିଛି। ଅଧିକ ତଦନ୍ତ ପରେ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ତେବେ ସ୍ୱାମୀ ରାମଚନ୍ଦ୍ର ସିଂ ବନବିଭାଗର ସବୁଜ ବାହିନୀ(ଅସ୍ଥାୟୀ କର୍ମଚାରୀ) ଭାବେ କାର୍ଯ୍ୟକରନ୍ତି।