ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସ ରେଜଲ୍ଟ : ସୁଦେବ କୁମାର ପୃଷ୍ଟି ଟପ୍ପର
ଭୁବନେଶ୍ବର (ସଂକେତ ଟିଭି) ଓଡ଼ିଶା ପ୍ରଶାସନିକ ସେବା(ଓସିଏସ)-୨୦୨୧ର ଫଳ ପ୍ରକାଶ ପାଇଛି । ସୁଦେବ କୁମାର ପୃଷ୍ଟି ଓଏଏସ୍ ଟପ୍ପର ହୋଇଛନ୍ତି। ସୁଚିସ୍ମିତା ପାଣିଗ୍ରାହୀ ଦ୍ୱିତୀୟ, ପ୍ରଣବ ରଂଜନ ସାହୁ ତୃତୀୟ ସ୍ଥାନରେ ରହିଛନ୍ତି। ଚଳିତ ଥର ୧୬୪ ମହିଳାଙ୍କ ସମେତ ୪୩୨ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।
ଚତୁର୍ଥରେ ବୈଶାଖୀ ଲେଙ୍କା, ପଞ୍ଚମ ଶ୍ୱେତଲିନା ମହନା । ଷଷ୍ଠରେ ଅଗ୍ନିଜା ଶିବାଦତ, ସପ୍ତମରେ ସନ୍ତୋଷ କୁମାର ପାତ୍ର । ଅଷ୍ଟମରେ ମିମାଂସା ସାହୁ, ନବମ ବିନ୍ଦୁ ବଳୟ ରାଉତରାୟ, ଦଶମରେ ସୋମୗରଞ୍ଜନ ମହାପାତ୍ର । ତେବେ ଏଥର ଟପ୍ ଟେନ୍ରେ ରହିଛନ୍ତି ୫ ଛାତ୍ରୀ । ୧୬୪ ଝିଅଙ୍କ ସହ ମୋଟ ୪୩୨ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି ।