ଶିମିଳିପାଳରୁ ବଜ୍ରକାପ୍ତା ଉଦ୍ଧାର : ୮ଗିରଫ
ବାରିପଦା (ସଂକେତ ଟିଭି) ମୟୁରଭଞ୍ଜ ବନ ବିଭାଗ ପକ୍ଷରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ଏହି ଘଟଣାରେ ରାଇରଙ୍ଗପୁର ନିକଟରୁ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସେମାନଙ୍କ ପାଖରୁ ଗୋଟିଏ ବୋଲୋରୋ ଗାଡି, ଗୋଟିଏ ସ୍କୁଟି ଓ ୮ଟି ମୋବାଇଲ ଫୋନ ଜବତ କରାଯାଇଛି ।
ବଜ୍ରକାପ୍ତା ବିକ୍ରି ମୂଲଚାଲ ସମୟରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନଖଣ୍ଡ ଓ ରାଇରଙ୍ଗପୁର ବନଖଣ୍ଡ ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନଖଣ୍ଡ ଉପନିର୍ଦେଶକ ସମ୍ରାଟ ଗୌଡା ଏହି ସୂଚନା ଦେଇଛନ୍ତି ।