ଏପାର୍ଟମେଣ୍ଟରୁ ମିଳିଲା NICର ପୂର୍ବତନ ନିର୍ଦ୍ଦେଶକଙ୍କ ମୃତଦେହ

ଭୁବନେଶ୍ୱର (ସଂକେତ ଟିଭି) ଏନ୍.ଆଇ.ସି.(NIC)ର ପୂର୍ବତନ ଟେକ୍ନିକାଲ୍ ଡାଇରେକ୍ଟର ଶ୍ରବଣ କୁମାରଙ୍କ ମୃତଦେହ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶ୍ରୀ ବିହାର ଅଞ୍ଚଳରେ ଥିବା ଏପାର୍ଟମେଣ୍ଟରୁ ମିଳିଛି । ହୃଦଘାତ୍ ଜନିତ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ସେ କିଛି ଦିନ ତଳେ ନିଜ ଚାକିରିରୁ ଅବସର ନେଇଥିଲେ ।

ସୂଚନା ଅନୁସାରେ, ଶ୍ରୀ ବିହାର ଅଞ୍ଚଳରେ ଥିବା ସ୍ମୃତି ଭିଲାରେ ନ୍ୟାସନାଲ୍ ଇନ୍‌ଫରମେଟିକ୍ ସେଣ୍ଟରର ପୂର୍ବତନ ଟେକନିକାଲ୍ ଡାଇରେକ୍ଟର ଶ୍ରବଣ କୁମାରଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଆପର୍ଟମେଣ୍ଟର କେୟାର ଟେକରଙ୍କ ଅନୁଯାୟୀ, ବୁଧବାର ଦିନ ଫ୍ଲାଟ୍ ମେଣ୍ଟେନାନ୍ସ ଟଙ୍କା ମାଗିବାକୁ ଆସି କବାଟ ବାଡ଼େଥିଲେ । କିନ୍ତୁ କେହି ବି କବାଟ ଖୋଲିନଥିଲେ ।

ଦୀର୍ଘ ସମୟ ଧରି କବାଟ ନଖୋଲିବାରୁ ପିସିଆର ଓ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ୍ କବାଟ ଭାଙ୍ଗି ଭିତରକୁ ପଶିବା ପରେ ଶ୍ରବଣ କୁମାରଙ୍କୁ ବସିଥିବା ଅବସ୍ଥାରେ ଦେଖିବାକୁ ପାଇଥିଲା । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପ୍ରାଥମିକ ତଦନ୍ତରେ ଏହା ହୃଦଘାତ ବୋଲି ସନ୍ଦେହ କରାଯାଉଛି । ମୃତ ଶ୍ରବଣ କୁମାରଙ୍କ ବୟସ ପାଖାପାଖି ୬୧ ବର୍ଷ ହୋଇଥିବା ସୂଚନା ରହିଛି ।