ଲାପଟପ, ଟାବଲେଟ୍‌ ଏବଂ କମ୍ପ୍ୟୁଟରର ଆମଦାନୀ ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ (ସଂକେତ ଟିଭି) କେନ୍ଦ୍ର ସରକାର ଲାପଟପ, ଟାବଲେଟ୍‌ ଏବଂ କମ୍ପ୍ୟୁଟରର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ନୋଟିସ୍‌ରେ ଉଲ୍ଲେଖ ଅଛି ଯେ ବୈଧ ଲାଇସେନ୍ସ ଆଧାରରେ ଏହି ଜିନିଷଗୁଡିକର ସୀମିତ ଆମଦାନୀ ଅନୁମତି ଦିଆଯିବ। ଏଚ୍‌ଏସ୍‌ଏନ୍‌ ୮୭୪୧ର ପରିସରଭୁକ୍ତ ସମସ୍ତ ଲ୍ୟାପ୍‌ଟପ୍‌, ଟ୍ୟାବ୍‌ଲେଟ୍‌, ‘ଅଲ୍‌-ଇନ୍‌-ୱାନ୍‌’ ପର୍ସନାଲ୍‌ କମ୍ପ୍ୟୁଟର୍‌ ଏବଂ ଅଲ୍‌ଟ୍ରା ସ୍ମଲ୍‌ ଫର୍ମ ଫ୍ୟାକ୍ଟର୍‌ କମ୍ପ୍ୟୁଟର୍‌ ଏବଂ ସର୍ଭର୍‌ ର ଆମଦାନୀ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏକ ସର୍ତ୍ତ ଅନୁଯାୟୀ ଆମଦାନୀକୁ ଅନୁମତି ଦିଆଯିବ କି ଆମଦାନୀ ସାମଗ୍ରୀର ବ୍ୟବହାର କେବଳ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ କରାଯିବ ନୁହେଁ କି ବିକ୍ରୟ ହେବ। ଏହା ବ୍ୟତିତ ସର୍ତ୍ତରେ ଆଉ ମଧ୍ୟ କୁହାଯାଇଛି କି, ବ୍ୟବହାର ପରେ ଉତ୍ପାଦଗୁଡିକ ନଷ୍ଟ କରିଦିଆଯିବ କିମ୍ବା ପୁନଃ ରପ୍ତାନୀ ହେବ।

ଇଲେକ୍ଟ୍ରୋନିକ୍ସ ଇଣ୍ଡଷ୍ଟ୍ରି ସଂସ୍ଥା ନିର୍ମାତା ଆସୋସିଏଶନ ଅଫ ଇନଫରମେଶନ ଟେକ୍ନୋଲୋଜିର ପୂର୍ବତନ ମହାନିର୍ଦ୍ଦେଶକ ଅଲି ଅଖତର ଜାଫ୍ରି କହିଛନ୍ତି ଯେ, ଏହି ପଦକ୍ଷେପ ଭାରତରେ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ଏବଂ ଏହା ଏକ ସକରାତ୍ମକ ନିଷ୍ପତ୍ତି। ଆମେ ଏହାକୁ ସ୍ବାଗତ କରୁଛୁ।

ସଂଗୃହୀତ ସୂଚନା ଅନୁସାରେ, ଏପ୍ରିଲ୍‌ରୁ ଜୁନ୍‌ ମାସରେ ଲ୍ୟାପ୍‌ଟପ୍‌, ଟ୍ୟାବ୍‌ଲେଟ୍‌ ଏବଂ ପର୍ସନାଲ୍‌ କମ୍ପ୍ୟୁଟର୍‌ ସମେତ ୧୯.୭ ନିୟୁତ ଡଲାର୍‌ ମୂଲ୍ୟର ଇଲେକ୍ଟ୍ରୋନିକ୍‌ ସାମଗ୍ରୀ ଆମଦାନି କରାଯାଇଛି। ୨୦୨୬ ସୁଦ୍ଧା ୩୦୦ ବିଲିୟନ୍‌ ଡଲାର୍‌ ଉତ୍ପାଦନ କରି ଭାରତ ବୈଶ୍ବିକ ଗ୍ଲୋବାଲ୍‌ ଇଲେକ୍ଟ୍ରୋନିକ୍‌ ସପ୍ଲାଏ ଚେନ୍‌’ର ‘ପାୱାର୍‌ହାଉସ୍‌’ ହେବାର ଲକ୍ଷ୍ୟ ରଖିଛି।