କର୍କଟର ରୋଗର ଚିକିତ୍ସା ପାଇଁ ବାହାରିଲା ଏଓଏଚ-1996 ବଟିକା
ନୂଆଦିଲ୍ଲୀ (ସଂକେତ ଟିଭି) କ୍ୟାନ୍ସର ଚିକିତ୍ସା ନେଇ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ଆମେରିକାର ଅନୁସନ୍ଧାନକାରୀଙ୍କ ଏକ ଟିମ କର୍କଟ ରୋଗର ଚିକିତ୍ସା ପାଇଁ ଏକ ବଟିକା ଆବିଷ୍କାର କରିଛନ୍ତି । ଆମେରିକାର ବୃହତ୍ତମ କର୍କଟ ଗବେଷଣା ଏବଂ ଚିକିତ୍ସା ସଂସ୍ଥାମାନଙ୍କ ମଧ୍ୟରୁ ସିଟି ଅଫ୍ ହୋପର ଗବେଷକମାନଙ୍କ ଦ୍ୱାରା ଏହି ବଟିକାକୁ ବିକଶିତ କରାଯାଇଛି । କେମୋଥେରାପି ସମୟରେ କଠିନ ଟ୍ୟୁମରକୁ ନଷ୍ଟ କରିବାରେ ଏହି ଟାବଲେଟ୍ ସାହାଯ୍ୟ କରିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।
ବର୍ତ୍ତମାନ ଏହି ଟ୍ୟାବଲେଟ୍ AOH1996 ଭାବରେ ଜଣାଶୁଣା । AOH1996 ବଟିକା ଆନ୍ନା ଓଲିଭିଆ ହିଲିଙ୍କ ନାମରେ ନାମିତ ହୋଇଛି । ଆନ୍ନା 1996 ମସିହାରେ ଜନ୍ମ ହୋଇଥିବା ବେଳେ ମାତ୍ର 9 ବର୍ଷ ବୟସରେ କର୍କଟ ରୋଗରେ ମୃତ୍ୟୁ ବରଣ କରିଥିଲେ । ତେବେ ରିପାର୍ଟରେ କୁହାଯାଇଛି ଯେ, ଏହି ଔଷଧ ସ୍ତନ କର୍କଟ ଏବଂ ପ୍ରୋଷ୍ଟେଟ କର୍କଟର ଚିକିତ୍ସାରେ ଅତ୍ୟନ୍ତ ପ୍ରଭାବଶାଳୀ । ଏହି ଟାବଲେଟ୍ AOH1996ର କାର୍ଯ୍ୟ ପ୍ରଣାଳୀ ଅତ୍ୟନ୍ତ ଅନନ୍ୟ । ଏହା ଏକ କର୍କଟ ରୋଗର ପ୍ରୋଟିନକୁ ଟାର୍ଗେଟ କରି ଟ୍ୟୁମର କୋଷ ଗୁଡ଼ିକର ମରାମତି କରେ ଯାହା ପ୍ରୋଲିଫରେଟିଙ୍ଗ ସେଲ ନ୍ୟୁକ୍ଲିୟର ଆଣ୍ଟିଜେନ (PCNA) ଭାବରେ ଜଣାଶୁଣା । ଏହି ଟାବଲେଟ୍ ବା ବଟିକା PCNA ମାଧ୍ୟମରେ କୋଷ ଗୁଡିକର ଅପ୍ରତ୍ୟାଶିତ ବୃଦ୍ଧିକୁ ବନ୍ଦ କରି ନଷ୍ଟ କରେ ।
ଏହି ଟାବଲେଟ୍ ବିଷୟରେ ପ୍ରଥମେ ପ୍ରସିଦ୍ଧ ମେଡିକାଲ୍ ଜର୍ନାଲ୍ ସେଲ୍ କେମିକାଲ୍ ବାୟୋଲୋଜି ରେ ପ୍ରକାଶିତ କରାଯାଇ ଏହାକୁ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଥିଲା । ଅନୁସନ୍ଧାନ ସମୟରେ ଟିମ ପକ୍ଷରୁ ଏହାକୁ 70 ରୁ ଅଧିକ କର୍କଟ କୋଷରେ ପରୀକ୍ଷା କରାଯାଇଛି । ଫଳାଫଳଗୁଡିକ ଦର୍ଶାଇଲା ଯେ AOH1996 କେବଳ କର୍କଟ କୋଷକୁ ଟାର୍ଗେଟ କରେ ଏବଂ କୌଣସି ସୁସ୍ଥ କୋଷକୁ କ୍ଷତି ନକରି ବିନାଶ କରେ କିମ୍ବା ସଂପୂର୍ଣ୍ଣ ନଷ୍ଟ କରେ ।
ଏହି ଟାବଲେଟର AOH1996ର ମାନବ ପରୀକ୍ଷଣର ପ୍ରଥମ ପର୍ଯ୍ୟାୟରେ ହୋପ ସହରରେ ଆରମ୍ଭ ହୋଇଛି । ମାନବ ପରୀକ୍ଷଣ ଶେଷ ହେବା ପରେ ଏହାର ବ୍ୟବହାର ପାଇଁ ଅନୁମତି ମିଳିବା ନେଇ ବୈଜ୍ଞୀନିକମାନେ ଆଶା ପୋଷଣ କରିଛନ୍ତି ।