୬ ସପ୍ତାହରେ ଏଏସଓ ଚୟନ ପ୍ରକ୍ରିୟା ଶେଷ କରିବାକୁ ନିର୍ଦେଶ ଦେଲେ ହାଇକୋର୍ଟ
କଟକ (ସଂକେତ ଟିଭି)ଏଏସଓ ପରୀକ୍ଷା ଅନିୟମିତତା ମାମଲାରେ ଆଜି ହାଇକୋର୍ଟ ରାୟ ଦେଇଛନ୍ତି। ୬ ସପ୍ତାହ ମଧ୍ୟରେ ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ଅବମାନନା ମାମଲାରେ ଓପିଏସସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ପୂର୍ବରୁ ପ୍ରକାଶିତ ମେଧା ତାଲିକା ରଦ୍ଦ କରି ନୂଆ ମେଧା ତାଲିକା ପ୍ରକାଶ କରିବାକୁ ଓପିଏସସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ବିଳମ୍ବ ହେଉଥିବା ଦର୍ଶାଇ ହାଇକୋର୍ଟରେ ଓପିଏସସି ବିରୁଦ୍ଧରେ କିଛି ପରୀକ୍ଷାର୍ଥୀ ଅଦାଲତ ଅବମାନନା ମାମଲା କରିଥିଲେ । ଏହି ମାମଲାରେ ଓପିଏସସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସାନି ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ହାଇକୋର୍ଟ ରାୟ ଶୁଣାଇଥିଲେ।