ମଣିପୁରରେ ସାନି ହିଂସାକାଣ୍ଡ; ମୈତେଇ ସମୁଦାୟର ୩ଜଣଙ୍କୁ ହତ୍ୟା
ଇମ୍ଫାଲ (ସଂକେତ ଟିଭି) ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ । ଶୁକ୍ରବାର ବିଷ୍ଣୁପୁର ଜିଲ୍ଲାରେ ମୈତେଇ ସମ୍ପ୍ରଦାୟର ୩ଜଣଙ୍କୁ ହତ୍ୟା କରାଯାଇଛି । ଏହାଛଡ଼ା ଉପଦ୍ରବୀମାନେ ଅଧିକାଂଶ ଘରେ ନିଆଁ ଲଗାଇ ଦେଇଛନ୍ତି ।
ପୋଲିସ ପ୍ରଶାସନ ସୂଚନା ମୁତାବକ, ମୈତେଇ ସମୁଦାୟ ଲୋକଙ୍କୁ ଉପଦ୍ରବୀମାନେ ଆକ୍ରମଣ କରିଛନ୍ତି । ସେହିପରି କୁକି ସମୁଦାୟର ଲୋକଙ୍କ ଘରକୁ ନିଆଁ ଲଗାଇଦେଇଛନ୍ତି । କିଛି ଲୋକ ବଫର ଜୋନ୍ ପାର୍ କରିକି ମୈତେଇ ରହୁଥିବା ଅଞ୍ଚଳରେ ପ୍ରବେଶ କରିଥିଲେ ଏବଂ ମୈତେଇ ଇଲାକାରେ ଗୁଳିମାଡ଼ କରିଥିଲେ । ବିଷ୍ଣପୁର ଜିଲ୍ଲା କଓ୍ବକଟାରେ ଦୁଇ କିଲୋମିଟର ପର୍ଯ୍ୟନ୍ତ ଭାରତୀୟ ସେନା ବଫର ଜୋନ୍ ତିଆରି କରିଛି । ଏହାକୁ ଭେଦ କରି ମୈତେଇ ସମୁଦାୟ ରହୁଥୁବା ଅଞ୍ଚଳର ଉପଦ୍ରବୀମାନେ ଗୁଳିବିନିମୟ କରିଛନ୍ତି ।
ଦଙ୍ଗାକାରୀ ଗତ ଗୁରୁବାର ଦିନ ଗୁରୁବାର ସଂଧ୍ୟାରେ ବିଷ୍ଣୁପୁର ଜିଲ୍ଲାର ଅଧିକାଂଶ ସ୍ଥାନରେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରି ଅସ୍ତ୍ରାଗାରକୁ ଲୁଟ୍ କରିଥିଲେ । ଆଇଆରବି ଦ୍ବିତୀୟ ୟୁନିଟ ଉପରକୁ ଆକ୍ରମଣ କରିଥିଲେ । ଗୋଳାବାରୁଦ ସହିତ ଅସ୍ତ୍ରଶସ୍ତ୍ର ଲୁଟି ନେଇଛନ୍ତି । ସେହିପରି ମଣିପୁର ରାଇଫଲ୍ସ ଉପରକୁ ମଧ୍ୟ ଆକ୍ରମଣ କରିଥିଲେ । ଅସ୍ତ୍ରଶସ୍ତ୍ର ଲୁଟିବାକୁ ଚେଷ୍ଟା କରୁଥିବା ବେଳେ ଯବାନମାନେ କଡ଼ା ଜବାବ ଦେଇଥିଲେ । ସେହିପରି ଯବାନମାନେ ବେଆଇନ ଭାବେ ତିଆରି ହୋଇଥିବା ବଙ୍କରକୁ ନଷ୍ଟ କରିଦେଇଛନ୍ତି । ଲୋକମାନଙ୍କୁ ସାମୁହିକ ସମାଧି ସ୍ଥଳକୁ ଯିବା ପାଇଁ ସୁରକ୍ଷାକର୍ମୀ ବାରଣ କରିବାରୁ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିସ୍ଥିତି ନିୟନ୍ତ୍ରଣ ପାଇଁ ଆର୍ମଫୋର୍ସ ମୁତୟନ କରାଯାଇ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା ।
ମେ’ ୩ ତାରିଖରୁ ମଣିପୁରରେ ହିଂସା ଜାରି ରହିଛି । ଟ୍ରାଇବାଲ୍ ଷ୍ଟୁଡେଣ୍ଟ ୟୁନିୟନ ଅଫ୍ ମିଣିପୁର ମାର୍ଚ୍ଚ କରିବାକୁ ଘୋଷଣା କରିଥିଲା । ଏଥିରେ ମୈତେଇ ସମୁଦାୟକୁ ଏସଟି ଶ୍ରେଣୀରେ ସାମିଲ କରିବାକୁ ଦାବି କରିଥିଲେ । ଏହିଠୁ ଆରମ୍ଭ ହୋଇଥିଲା ବିଦ୍ରୋହ । ଉପଦ୍ରବୀମାନେ ଭଙ୍ଗାରୁଜା ଓ ପୋଡ଼ାଜଳା କରିଥିଲେ । ଏହି ହିଂସା ଘଟଣାରେ ଏପର୍ଯ୍ୟନ୍ତ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।