ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା, ୩୦ ମୃତ, ୧୦୦ରୁ ଅଧିକ ଆହତ

ଇସଲାମାବାଦ୍ (ସଂକେତ ଟିଭି) ପାକିସ୍ତାନରେ ଏକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଘଟି ୩୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ରାୱଲପିଣ୍ଡିରୁ ଚାଲୁଥିବା ହଜାରା ଏକ୍ସପ୍ରେସର ଆଠଟି କୋଚ ସାହାରା ରେଳ ଷ୍ଟେଶନ ନିକଟରେ ଲାଇନଚ୍ୟୁତ ହୋଇଛି। ଏହି ଷ୍ଟେଶନ ଶାହାଜାଦପୁର ଏବଂ ନବାବଶାହା ମଧ୍ୟରେ ଅବସ୍ଥିତ । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ପାଖାପାଖି ୧୦୦ ଜଣ ଆହତ ହୋଇଥିବା ଖବର ରହିଛି। ଏହି ଦୁର୍ଘଟଣାରେ ଆହତ ଲୋକଙ୍କୁ ନବାବଶାହା ମେଡିକାଲରେ ଭର୍ତ୍ତି କରାଯାଇଛି।

ପୋଲିସ କହିଛି ଦୁର୍ଘଟଣା ଗ୍ରସ୍ତ ବଗିରୁ ଯାତ୍ରୀଙ୍କୁ ସ୍ଥାନାନ୍ତର କରାଯାଇଛି। ନିକଟସ୍ଥ ଡାକ୍ତରଖାନାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଏହି ଦୁର୍ଘଟଣାର ଶିକାର ହୋଇଥିବା ହଜାରା ଏକ୍ସପ୍ରେସରେ ଚଳିତ ବର୍ଷ ମାର୍ଚ୍ଚରେ ହାଭେଲିଆନ-କରାଚି ଟ୍ରେନର ସମାନ ଇଞ୍ଜିନ ଲଗାଯାଇଥିଲା। ରେଳ ଅଧିକାରୀଙ୍କ ଅବହେଳା ଯୋଗୁ ମାର୍ଚ୍ଚରେ ଏହି ଟ୍ରେନ ଭୟଙ୍କର ଦୁର୍ଘଟଣାର ଶିକାର ହେବାରୁ ଅଳ୍ପକେ ବର୍ତ୍ତି ଯାଇଥିଲା।