ଟ୍ରକରେ ପିଟି ହେଲା ଦୃତଗାମୀ ବାଇକ, ୩ ଜଣଙ୍କର ମୃତ୍ୟୁ

ବାରିପଦା (ସଂକେତ ଟିଭି) ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନା ଅନ୍ତର୍ଗତ ଦରି ଗ୍ରାମ ନିକଟସ୍ଥ ୪୯ ନଂ ଜାତୀୟ ରାଜପଥରେ ଚଳନ୍ତା ଟ୍ରକରେ ବାଇକ ପିଟି ହେବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଉଛନ୍ତି କାଠକରଞ୍ଜିଆ ଗ୍ରାମର ଶଙ୍କର ନାଏକ, ଲିପୁ ନାଏକ ଓ ଏକଲବ୍ୟ ନାଏକ । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଟ୍ରକ ସହ ଫେରାର ହୋଇଯାଇଛି ।

ସୂଚନା ଅନୁସାରେ, ଶନିବାର) ରାତିରେ ଦରି ଗ୍ରାମ ନିକଟସ୍ଥ ୪୯ନଂ ଜାତୀୟ ରାଜପଥରେ ମୃତ ତିନି ଯୁବକ ଏକ ବାଇକ ଯୋଗେ ଯାଉଥିବାବେଳେ ବାଇକଟି ଏକ ଟ୍ରକ ସହ ପିଟି ହୋଇ ଯାଇଥିଲା । ଫଳରେ ୩ ଜଣ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଟ୍ରକ୍ ସେଠାରୁ ଫେରାର ହୋଇ ଯାଇଥିଲା । ଖବର ପାଇ କରଞ୍ଜିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଥିଲା । ଏଥି ସହିତ ଦୁର୍ଘଟଣାର ତଦନ୍ତ ଜାରି ରଖିଛି । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଧରିବାକୁ ପ୍ରୟାସ ଜାରି ରଖିଛି ପୋଲିସ ।