ଅନାସ୍ଥା ପ୍ରସ୍ତାବକୁ ଲୋକସଭାରେ ବିରୋଧ କଲା ବିଜେଡି

ନୂଆଦିଲ୍ଲୀ (ସଂକେତ ଟିଭି) ବିଜୁ ଜନତା ଦଳ କେନ୍ଦ୍ର ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ସଂସଦରେ ବିରୋଧ କରିଛି । ଏହି ଅବସରରେ ଲୋକସଭାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଭାଗରେ ବିଜେଡ଼ି ନେତା ପିନାକୀ ମିଶ୍ର
କହିଛନ୍ତି କେନ୍ଦ୍ର ସରକାର ଓଡ଼ିଶାର ଅନେକ ଦାବିକୁ ମାନି ନାହାନ୍ତି ଏକଥା ସତ। କିନ୍ତୁ ଏକଥା ଭୁଲିଯିବା ଉଚିତ ନୁହେଁ ଯେ ଅନେକ କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସହଯୋଗ କରିଛି। ଏଣୁ ବିଜେଡି ଏହି ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବ ନାହିଁ।

ବିରୋଧୀଙ୍କୁ ଟାର୍ଗେଟ କରି ମିଶ୍ର କହିଛନ୍ତି ଯେ, ଅନାସ୍ଥା ପ୍ରସ୍ତାବ ସପକ୍ଷରେ ବିରୋଧୀଙ୍କ ଯୁକ୍ତି ହେଉଛି, ସଂସଦରେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଉତ୍ତରଦାୟୀ କରିବା ଓ ବିବୃତି ଦେବାକୁ ବାଧ୍ୟ କରିବା। ନିଜ ନାକ କାଟିବା ପାଇଁ କ’ଣ ପାଇଁ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ସଂସଦରେ କହିବାକୁ ବାଧ୍ୟ କରୁଛି ବୋଲି ସେ ପ୍ରଶ୍ନ କରିଥିଲେ। ମଣିପୁର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବିରୋଧ କରିବା ବଦଳରେ ସମସ୍ୟାର ଗଠନମୂଳକ ସମାଧାନ ଦିଗରେ ସେମାନେ କାର୍ଯ୍ୟ କରିବା ଉଚିତ୍ ବୋଲି ସେ ବିରୋଧୀ ସଦସ୍ୟଙ୍କୁ ପରାମର୍ଶ ଦେଇଥିଲେ ।