ଉତ୍ତର ଓଡ଼ିଶା ବିଦ୍ୟୁତ ଉପଭୋକ୍ତା ମଞ୍ଚ ଗଠିତ

ବାଲେଶ୍ବର (ସଂକେତ ଟିଭି) ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲ୍ଲାକୁ ନେଇ ଉତ୍ତର ଓଡ଼ିଶା ବିଦ୍ୟୁତ ଉପଭୋକ୍ତା ମଞ୍ଚ ଗଠନ ହୋଇଛି । ବାଲେଶ୍ବରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମଞ୍ଚର ଅଧ୍ଯକ୍ଷ ଅମୀୟ ରଞ୍ଜନ ମହାନ୍ତି ଏନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ବିଦ୍ୟୁତ୍‌ ବିତରଣ ସଂସ୍ଥା ଟି.ପି.ଏନ.ଓ.ଡି.ଏଲ ଦ୍ବାରା ଚାଲିଥିବା ବିଭିନ୍ନ ପ୍ରକାର ବେଆଇନ କାରବାର ଏବଂ ସେଥିରେ ଅଣଓଡ଼ିଆ ଅଧିକାରୀମାନଙ୍କ ପ୍ରାଦୁର୍ଭାବ ବିରୋଧ​ରେ ତଥ୍ୟ ଉପସ୍ଥାପନ କରିବା ସହ ଅଯଥାରେ ଆର୍ଥିକ ଶୋଷଣର ଶିକାର ହେଉଥିବା ଉପଭୋକ୍ତାଙ୍କ ସ୍ବାର୍ଥ ଓ ସୁରକ୍ଷା ପାଇଁ ଏହି ମଞ୍ଚ କାମ କରିବ ।

ସେହିପରି ବିଭିନ୍ନ ସମୟରେ ବିଦ୍ୟୁତ୍‌ ସେବା ଉପରେ ସଚେତନତା କାର୍ଯ୍ୟକ୍ରମ, ଆଲୋଚନାଚକ୍ର ଓ ସଭା ଆଦି ଆୟୋଜନ କରାଯାଇ ଉପଭୋକ୍ତାମାନଙ୍କୁ ସଚେତନ କରାଯିବ ଏବଂ ଏହି ମଞ୍ଚରେ ସମ୍ପୂର୍ଣ୍ଣ ନିର୍ବିବାଦୀୟ ଏବଂ ପ୍ରତ୍ୟକ୍ଷ ରାଜନୀତି ସହିତ ଜଡ଼ିତ ନଥିବା ବ୍ୟକ୍ତିମାନଙ୍କୁ ସାମିଲ କରାଯିବ। ଖୁବଶୀଘ୍ର ଏହି ମଂଚ ୫ଟି ଜିଲ୍ଲାରେ ତାର କର୍ମକର୍ତ୍ତାଙ୍କ ନାମ ଘୋଷଣା କରିବ,ଏଥି ସହିତ ଉପ ଭୋକ୍ତାଙ୍କ ସଚେତନତା ପାଇଁ ପାଞ୍ଚଟି ଜିଲ୍ଲାର ଗାଁ ଗାଁ ରେ ବୁଲିବ ପ୍ରଚାର ଗାଡ଼ି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।