ନଦୀରେ ଭାସିଯାଇ ଦୁଇ କାଉଡିଆ ମୃତ

ବାଲେଶ୍ବର (ସଂକେତ ଟିଭି) ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ସାନଜୟପୁର ଠାରେ ସାଳନ୍ଦୀ ନଦୀରେ ବୁଡି ନିଖୋଜ ଥିବା ଦୁଇ ଜଣ କାଉଡିଆଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି । ମୃତକ ଦୁଇ ଜଣ ହେଲେ ସାନଜୟପୁର ଗ୍ରାମର ରାଜେନ୍ଦ୍ର ସାହୁ (୨୩) ଏବଂ ସୁବ୍ରତ ମହାକୁଡ଼ (୨୨) ।

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଅନିଲୋଠାରେ ଥିବା ସିନ୍ଧୁକେଶ୍ବର ମହାଦେବ ମନ୍ଦିରକୁ ଜଳାଭିଷେକ କରିବା ପାଇଁ ସାନଜୟପୁର ଗ୍ରାମର ୧୮ ଜଣ କାଉଡ଼ିଆ ସୋମାବାର ବାହାରିଥିଲେ । ସେମାନେ ଗ୍ରାମ ନିକଟରେ ଥିବା ସାଳନ୍ଦୀ ନଦୀର ବରଦା ଘାଟରେ ମହାଦେବଙ୍କ ପାଖରେ ଜଳଲାଗି ପାଇଁ ନଦୀରୁ ପାଣି ଉଠାଉ ଥିବାବେଳେରାଜେନ୍ଦ୍ର ସାହୁ ଏବଂ ସୁବ୍ରତ ମହାକୁଡ଼ଙ୍କ ଗୋଡ଼ ଖସି ଯିବାରୁ ସେମାନେ ନଦୀରେ ଭାସି ଯାଇଥିଲେ । ପରେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ୍‌ ପହଞ୍ଚି ନିଖୋଜ ଦୁଇ କାଉଡ଼ିଆଙ୍କୁ ଖୋଜାଖୋଜି କରିବା ଆରମ୍ଭ କରିଥିଲେ ।

ସୋମବାର ଦିନ ତମାମ ଖୋଜାଖୋଜି ପରେ ନିଖୋଜ ଦୁଇ କାଉଡ଼ିଆଙ୍କ ପତ୍ତା ମିଳି ନଥିଲା । ଶେଷରେ ଆଜି ସକାଳେ ଓଡ୍ରାଫ ଟିମ୍ ନିଖୋଜ ଥିବା ଦୁଇ କାଉଡ଼ିଆଙ୍କ ମୃତଦେହ ନଦୀରୁ ଉଦ୍ଧାର କରିଛି ।