ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ୍‌

ମୁମ୍ବାଇ (ସଂକେତ ଟିଭି) ଭାରତୀୟ ରିଜର୍ଭ ବ୍ୟାଙ୍କ କ୍ରମାଗତ ୩ୟ ଥର ପାଇଁ ‘ରେପୋ’ ରେଟ୍‌ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏନେଇ ଘୋଷଣା କରିଛନ୍ତି ।

‘ରେପୋ ରେଟ୍‌’ ଅପରିବର୍ତ୍ତିତ ରଖିବା ଲାଗି ୬ଜଣିଆ ସଦସ୍ୟବିଶିଷ୍ଟ ‘ମନିଟାରି ପଲିସି କମିଟି’ ସର୍ବସଂମତିକ୍ରମେ ନିଷ୍ପତ୍ତି ଗ୍ରହଣ କରିଛି। ଏହି ଘୋଷଣା ପରେ ଘର, କାର ଋଣ ସମେତ ସମସ୍ତ ପ୍ରକାର ଋଣ ନେଇଥିବା ଋଣଦାତାଙ୍କୁ ଆଶ୍ୱସ୍ତୀ ମିଳିଛି। ରେପୋ ରେଟ୍‌ ବଢିଥିଲେ ସେମାନଙ୍କୁ ଅଧିକ ସୂଧ ଦେବାକୁ ପଡିଥାନ୍ତା ।