୧୯ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟର ମୋହର

ଭୁବନେଶ୍ୱର (ସଂକେତ ଟିଭି) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୯ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ନୂତନ ଉନ୍ନତ ଅଭିଳାଷ ବା ନୂଆ ଓଡ଼ିଶା ଯୋଜନା ଉପରେ କ୍ୟାବିନେଟ ମୋହର ବାଜିଛି। ଏହି ଯୋଜନାରେ ଯୁବକ ଓ ଯୁବତୀଙ୍କୁ ଦକ୍ଷତା ବିକାଶ ତାଲିମ ଦିଆଯିବ। ପ୍ରତିବର୍ଷ ୧ ଲକ୍ଷ ଯୁବକଙ୍କୁ ତାଲିମ ଦିଆଯିବ। ଆସନ୍ତା ୩ବର୍ଷ ପର୍ଯ୍ୟନ୍ତ ଦିଆଯିବ ଏହି ଦକ୍ଷତା ବିକାଶ ତାଲିମ । ଏଥିପାଇଁ ୩୮୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସରକାରୀ ଦକ୍ଷତା ଓ ଶିକ୍ଷାନୁଷ୍ଠାନ ଜାରିଆରେ ତାଲିମ ଦିଆଯିବ।

ଯୁବବର୍ଗଙ୍କ ପାଇଁ ନୂତନ ଦକ୍ଷତା ଏବଂ ଛାତ୍ର ଛାତ୍ରୀ ଙ୍କ ପାଇଁ ଆଡ଼ ଅନ ସ୍କିଲ ପାଠ୍ୟକ୍ରମ । ଉଚ୍ଚ ଶିକ୍ଷା ଯୁବକ ଯୁବତୀ ମାନଙ୍କ ପାଇଁ ଡିଜିଟାଲ ଇ-ପାଠ୍ୟକ୍ରମ ରଖାଯିବ । ରାଜ୍ୟର ୩୦ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଦକ୍ଷତା ବିକାଶ ପାଇଁ ସୁଯୋଗ ଦିଆଯିବ । ନାଇଜର ପରିସରରେ ହେବ କ୍ୟାନ୍ସର ହସ୍ପିଟାଲ । ଟାଟା ମେମୋରିଆଲ ପକ୍ଷରୁ ପ୍ରତିଷ୍ଠା ହେବ କ୍ୟାନ୍ସର ହସ୍ପିଟାଲ । ୪୮.୮୪୨ ଏକର ଜମି ପ୍ରଦାନ କରିବେ ସରକାର ।

ଅସ୍ତରଙ୍ଗ, ଗୋପ, କାକଟପୁର, ଡେଲାଙ୍ଗ, ପୁରୀ ସଦର ଓ ସତ୍ୟବାଦୀରେ ହେବ ପାନୀୟ ଜଳ ପ୍ରକଳ୍ପ । ଏହାସହ ମାଣ୍ଡିଆର ପ୍ରଚାର ପ୍ରସାର ପାଇଁ ସ୍ୱତନ୍ତ୍ର ଯୋଜନା କରାଯିବା ନେଇ ନିଷ୍ପତ୍ତି ହୋଇଛି । ସ୍ୱତନ୍ତ୍ର ଯୋଜନା ପାଇଁ କ୍ୟାବିନେଟରେ ଅର୍ଥ ମଞ୍ଜୁରୀ ହୋଇଛି । ଓଡ଼ିଶା ମୋବାଇଲ ଟାୱାର ଓ ଟେଲିଗ୍ରାଫ ନୀତିରେ ସଂଶୋଧନକୁ ମଞ୍ଜୁରୀ । ଶାଖା ନଥିବା ପଞ୍ଚାୟତକୁ ମିଳିବ ବ୍ୟାଙ୍କିଙ୍କ ସୁବିଧା । ୪୩୭୩ ପଞ୍ଚାୟତ ରେ ଖୋଲିବ CSP ପ୍ଲସ ବ୍ୟାଙ୍କିଂ ଆଉଟଲେଟ୍ ।