ଲାଞ୍ଚ ନେବା ବେଳେ ଧରାପଡିଲେ ସିମୁଳିଆ ଡାକ୍ତରଖାନାର ବରିଷ୍ଠ କିରାଣୀ

ସିମୁଳିଆ (ସଂକେତ ଟିଭି) ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ସିମୁଳିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବରିଷ୍ଠ କିରାଣୀ ହେଉଛନ୍ତି ମନୋଜ ଭଞ୍ଜ । ସ୍ଥାୟୀ ନିଯୁକ୍ତି କରାଇଦେବା ପାଇଁ ସେ ଜଣେ ଚୁକ୍ତିଭିତ୍ତିକ ନର୍ସିଂ ଅଫିସରଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବାଲେଶ୍ୱର ଭିଜିଲାନ୍ସ ଟିମ୍ ମାଡି ବସିଥିଲା।

ଅଭିଯୋଗ ପାଇ ଆଜି ଭିଜିଲାନ୍ସ ଟିମର ୧୦ଜଣିଆ ଟିମ ସିମୁଳିଆ ମେଡ଼ିକାଲରେ ପହଞ୍ଚି ଥିଲେ । ମନୋଜ ଭଞ୍ଜଙ୍କୁ ନର୍ସିଂ ଅଫିସର ଗଣେଶ ଜେନା ୮ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ଟିମ ମାଡି ବସିଥିଲେ। ମନୋଜଙ୍କୁ ଭିଜିଲାନ୍ସ ଟିମ ଅଧିକ ତଦନ୍ତ କରିବା ପାଇଁ ବାଲେଶ୍ଵର ନେଇଯାଇଥିବା ଜଣାପଡିଛି।