୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ସିଡିପିଓ

ଭଦ୍ରକ (ସଂକେତ ଟିଭି) ଅଙ୍ଗନଓ୍ୱାଡି କର୍ମୀ ନିଯୁକ୍ତି ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଡିପିଓ ସୁନନ୍ଦା ଦାସଙ୍କୁ ଭିଜିଲାନ୍ସ ଗିରଫ କରିଛି ।

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ସରଗଡିଆ ଗାଁର ପ୍ରଶାନ୍ତ ସେଠୀଙ୍କ ଝିଆରୀ ଇତିଶ୍ରୀ ସେଠୀ ଅଙ୍ଗନଓ୍ୱାଡି କର୍ମୀ ଭାବେ ନିଯୁକ୍ତି ପାଇଛନ୍ତି । ତେବେ ନିଯୁକ୍ତି ପତ୍ର ପରେ ମଧ୍ୟ ଭଦ୍ରକ ଏସ୍‌ଡିପିଓ ସୁନନ୍ଦା ଦାସ ୫୦ ହଜାର ଟଙ୍କା ମାଗୁଥିଲେ । ଯୋଗଦେବା ପରେ ବି ବାରମ୍ବାର ଟଙ୍କା ମାଗୁଥିଲେ । ଏନେଇ ବାଲେଶ୍ୱର ଭିଜିଲାନ୍ସ ଏସ୍‌ପିଙ୍କୁ ଅଭିଯୋଗ ହୋଇଥିଲା ।

ଆଜି ଦିନ ସାଢ଼େ ୧୧ଟା ସମୟରେ ଭଦ୍ରକ ଜିଲ୍ଲା ସାମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଭଦ୍ରକ ସିଡିପିଓ ସୁଗନ୍ଧା ଦାସ ଏବଂ ସୁପରଭାଇଜର ସୁଲୋଚନ ବେହେରା ଭଦ୍ରକ ଜିଲ୍ଲା ବଣିଆ ପଞ୍ଚାୟତ ଅନ୍ତର୍ଗତ ସରଗଡ଼ିଆ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ଇତିଶ୍ରୀ ସେଠୀଙ୍କ ନିଯୁକ୍ତି ପାଇଁ ତାଙ୍କ ଦାଦା ପ୍ରଶାନ୍ତ ସେଠୀଙ୍କ ନିକଟରୁ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ସେଠାରେ ଉପସ୍ଥିତ ଥିବା ଭଦ୍ରକ ଓ ବାଲେଶ୍ୱର ଭିଜିଲାନ୍ସ ଟିମ ହାତରେ ଧରା ପଡ଼ିଥିଲେ।

ଚଡ଼ାଉ ବେଳେ ବାଲେଶ୍ୱର ଭିଜିଲାନ୍ସ ଅତିରିକ୍ତ ଏସପି ହରେକୃଷ୍ଣ ମାଝୀ, ଭଦ୍ରକ ଡ଼ିଏସପି ସନ୍ତୋଷ କୁମାର ସାମନ୍ତରାୟ, ଇନ୍ସପେକ୍ଟର ଉଲିପି ବେହେରାଙ୍କ ସମେତ ଭିଜିଲାନ୍ସ ବିଭାଗର ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।