ଡମ୍ଫରକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍
ବାରିପଦା (ସଂକେତ ଟିଭି) ଜାତୀୟ ରାଜପଥ ୧୮ନଂ ବେତନଟୀ ଥାନା ଅଧୀନ ନଣ୍ଡାଶୋଳ ନିକଟରେ ଡମ୍ଫରକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ଚାଳକ ସହ ହେଲପର ଗୁରୁତର ଆହତ ହୋଇଛନ୍ତି। ବାସୁଦେବ ନାମକ ଏକ ଯାତ୍ରୀ ବାହୀ ବସ ଡମ୍ଫରକୁ ପଛପଟୁ ଧକ୍କା ଦେଇଛି । ଆହତଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ସ୍ଥାନୀୟ ଲୋକେ ବାରିପଦା ପିଆରଏମ ମେଡିକାଲକୁ ପଠାଇଛନ୍ତି । ବସଟି ବାଲେଶ୍ଵରରୁ ବାରିପଦା ଆସିବା ସମୟରେ ଦୁର୍ଘଟଣା ଘଟିଛି । ବେଆଇନ ଡାଇଭର୍ସନରେ ଡମ୍ପରଟି ପାରିହେଉଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି ।