ସତ୍ୟବାଦୀରେ ୫ ଟି ସଚିବ ଭି କେ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼

ପୁରୀ (ସଂକେତ ଟିଭି) ୫ ଟି ସଚିବ ଭି କେ ପାଣ୍ଡିଆନଙ୍କ ଉପରକୁ ପୁରୀ ଜିଲ୍ଲା ସତ୍ୟବାଦୀରେ କାଳିମାଡ଼ କରାଯାଇଛି। କଣାସ ଅଞ୍ଚଳର ଭାସ୍କର ସାହୁ ନାମକ ଜଣେ ବ୍ୟକ୍ତି ତାଙ୍କ ଉପରକୁ କାଳିମାଡ଼ କରିଛି । କାଳିମାଡ଼ ପରେ ସେଠାରେ ଉପସ୍ଥିତ ଥିବା ସାଧାରଣ ଲୋକ ଅଭିଯୁକ୍ତକୁ ନିଜ ଅକ୍ତିଆରକୁ ନେବା ପୂର୍ବରୁ ପୁଲିସ ତାକୁ ଗିରଫ କରିନେଇଛି । କେବଳ ୫ଟି ସଚିବ ନୁହେଁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପରେ ମଧ୍ୟ କାଳିମାଡ଼ ହୋଇଛି ।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ଭି.କେ ପାଣ୍ଡିଆନ ୨ ଦିନିଆ ପୁରୀ ଗସ୍ତରେ ଯାଇଥିଲେ। ସତ୍ୟବାଦୀ ୟୁଜିଏସ କଲେଜ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ଯକ୍ରମରେ ଯୋଗଦେବା ପାଇଁ ଯାଉଥିବାବେଳେ ୫ଟି ସଚିବଙ୍କୁ କାଳିମାଡ କରାଯାଇଥିଲା । ଏହି ସମୟରେ ସେଠାରେ ଥିବା ମହିଳାମାନେ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ମୁହଁକୁ ନିଜ ପଣତକାନିରେ କାଳି ପୋଛିଦେଇ ରାକ୍ଷୀ ବାନ୍ଧିଦେଇଥିଲେ।

କାଳିମାଡ ହେବା ସତ୍ତ୍ବେ ୫ଟି ସଚିବ ଭିକେ ପାଣ୍ଡିଆନ କାଳିବୋଳା ମୁହଁରେ ବି ନିଜ କର୍ତ୍ତବ୍ୟ ସଂପାଦନ କରିଥିଲେ। କାଳିମାଡ ହେବା ପରେ ୫ଟି ସଚିବ ଭିକେ ପାଣ୍ଡିଆନ ହସହସ ମୁହଁରେ ଲୋକଙ୍କ ସମସ୍ୟା ଶୁଣିବା ସହ ଜନତାଙ୍କ ସହିତ ହାତ ମିଳାଇଥିଲେ।କାଳିମାଡ଼ ସତ୍ତ୍ବେ ଭିକେ ପାଣ୍ଡିଆନ ହସହସ ମୁହଁରେ ଲୋକଙ୍କ ସହ ମିଶିବା ସହ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।