ବୋହୂକୁ ଗରମ ଚେଙ୍କ ଦେଇ ଜେଲ ଗଲେ ଅଧ୍ୟାପିକା ଶାଶୁ ଓ ସ୍ବାମୀ
ଢେଙ୍କାନାଳ (ସଂକେତ ଟିଭି) ଜଗତସିଂହପୁରରେ ବୋହୂକୁ ଗରମ ଚେଙ୍କ ଦେଇ ଅଧ୍ୟାପିକା ଶାଶୁ ଓ ସ୍ବାମୀ ଜେଲ୍ ଯାଇଛନ୍ତି । ସରକାରୀ କଲେଜ ଅଧ୍ୟାପିକା ହୋଇ ମଧ୍ୟ କେବଳ ରୁଟି ପୋଡିଯିବାରୁ ବୋହୂକୁ ଚେଙ୍କ ଦେବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ଭୁବନର ଭାଗିରଥୀ ବେହେରାଙ୍କ ଝିଅ ଜଗତସିଂହପୁର ଟାଉନରେ ବିବାହ କରିଥିଲେ। ଝିଅର ଶାଶୁ ଘର ଲୋକେ ବିବାହର ୨ ମାସ ପରେ ନିର୍ଯ୍ଯାତନା ଦେବା ଆରମ୍ଭ କରିଥିଲେ । ଏହା ସହିତ ସ୍ୱାମୀ ଖାରବେଳ ପାତ୍ର ୧୦ ଲକ୍ଷ ଟଙ୍କା ଦାବି କରିଥିଲେ ।
ସେପଟେ ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପିକା ସୁପ୍ରଭା ଜେନା ମଧ୍ୟ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଏମିତିକି ରୁଟି ପୋଡି ଯିବାରୁ ସେହି ରୁଟି ସେକା ତାଓ୍ବାରେ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି । ବୋହୂଙ୍କ ପରିବାର ଲୋକ ଖବର ପାଇ ପୁନେରୁ ଆସି ଭୁବନ ଥାନାରେ ଲିଖିତ ଏତଲା ଦେଇଥିଲେ ।
ଏହାପରେ ଜଗତସିଂହପୁର ଉଗ୍ରତାର କଲୋନୀରୁ ଅଧ୍ୟାପିକା ଶାଶୁ ସୁପ୍ରଭା ଓ ସ୍ୱାମୀ ଖାରବେଳଙ୍କୁ ଭୁବନ ପୋଲିସ ଗିରଫ କରିଛି । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ କାମାକ୍ଷାନଗର ଜେଲକୁ ପଠାଇ ଦିଆଯାଇଛି ।