ବାଲେଶ୍ୱର ରେଳଷ୍ଟେସନ ନିକଟରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ୪ ଗିରଫ
ବାଲେଶ୍ବର (ସଂକେତ ଟିଭି) ବାଲେଶ୍ୱର ରେଳଷ୍ଟେସନ ନିକଟରୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ କୋଟିଏ ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି। ଏହି କାରବାରରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇଛି ।
ଗିରଫ ଅଭିଯୁକ୍ତମାନେ ହେଲେ ସେକ ଫୟାଜ, ସେକ ମୁରାଦ, ସେକ ସମସେଦ ଏବଂ ସମ୍ବିଦ ନାୟକ। ସମସ୍ତଙ୍କ ଘର ବାଲେଶ୍ୱର ଅଞ୍ଚଳରେ।
ଗତକାଲି ରାତିରେ ବ୍ରାଉନସୁଗାର କାରବାର ପାଇଁ ଡିଲ ଚାଲିଥିବା ବେଳେ ଛଦ୍ମ ବେଶରେ ଛକି ରହିଥିବା ଏସଟିଏଫ୍ ଅଫିସରଙ୍କ ୪ ଅଭିଯୁକ୍ତଙ୍କୁ କାବୁ କରିବା ସହିତ ସେମାନଙ୍କ ନିକଟରୁ ଏକ କିଲୋ ୧୦୦ ଗ୍ରାମର ବ୍ରାଉନସୁଗର ଜବତ କରିଥିଲେ । ସେମାନଙ୍କୁ ଗିରଫ କରାଯିବା ପରେ ଆଜି କୋର୍ଟଚାଲାଣ କରାଯାଇଛି ।