ମୟୁରଭଞ୍ଜ ଜିଲ୍ଲା ପୋଲିସର ଇନ୍ସପେକ୍ଟର ସ୍ତରରେ ଅଦଳବଦଳ

ବାରିପଦା (ସଂକେତ ଟିଭି) ମୟୁରଭଞ୍ଜ ଜିଲ୍ଲା ପୋଲିସ ଇନ୍ସପେକ୍ଟର ସ୍ତରରେ ଆଜି ବଡଧରଣର ଅଦଳବଦଳ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଯୋଗ ଦେଇଥିବା ନୂତନ ଇନ୍ସପେକ୍ଟରମାନଙ୍କୁ ବିଭିନ୍ନ ଥାନା ଓ ଜିଲ୍ଲା ପୋଲିସ ମୁଖ୍ୟାଳୟର ବିଭିନ୍ନ ବିଭାଗରେ ଦାୟିତ୍ୱ ଦିଆଯାଇଛି।ସମସ୍ତ ଅଧିକାରୀମାନଙ୍କୁ ତୁରନ୍ତ ସେମାନଙ୍କ ନୂତନ ସ୍ଥାନରେ ଯୋଗଦେବା ପାଇଁ ଏସପି ନିର୍ଦ୍ଦେଶ ଦେଇଛନ୍ତି।