୪ମାସ ପିଆଜ ନଖାଇଲେ କିଛି ବିଗିଡି ଯିବ ନାହିଁ, ମହାରାଷ୍ଟ୍ର ମନ୍ତ୍ରୀଙ୍କ ବିବାଦୀୟ ବୟାନ

ମୁମ୍ବାଇ (ସଂକେତ ଟିଭି) ୨ରୁ ୪ମାସ ଲୋକ ପିଆଜ ନଖାଇଲେ କିଛି ବିଗିଡି ଯିବ ନାହିଁ । ଶିବସେନା ଏକନାଥ ସିନ୍ଦେ ଗୋଷ୍ଠୀରେ ଥିବା ମହାରାଷ୍ଟ୍ରର ପୂର୍ତ୍ତ ବିଭାଗ ମନ୍ତ୍ରୀ ଦାଦା ଭୁଷେ ପିଆଜ ଖାଇବାକୁ ନେଇ କିଛି ବିବାଦୀୟ ବୟାନ ଦେଇଛନ୍ତି । ଏହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି ।

ସେ ନାସିକରେ କହିଛନ୍ତି ଯେ, ଯଦି ଦର ବୃଦ୍ଧି ଲୋକଙ୍କୁ ବାଧୁଛି ଏବଂ ପିଆଜ କିଣିବାକୁ ସକ୍ଷମ ନୁହନ୍ତି ତେବେ ୨ରୁ ୪ମାସ ପିଆଜ ଖାଇବା ବନ୍ଦ କରିଦିଅନ୍ତୁ । ୨ରୁ ୪ମାସ ପିଆଜ ନଖାଇଲେ କିଛି ଫରକ ପଡିବ ନାହିଁ ।

ଦାଦା ଭୁଷେ ଆହୁରି କହିଛନ୍ତି, ୧୦ ଲକ୍ଷ ଟଙ୍କାର ଗାଡି କିଣୁଥିବା ବ୍ୟକ୍ତି ୧୦ରୁ ୨୦ ଟଙ୍କା ଅଧିକରେ ପିଆଜ କିଣିପାରିବେ । ଯେଉଁ ଲୋକ ପିଆଜ ନକିଣି ପାରିବେ ସେମାନଙ୍କୁ କିଛି ଫରକ ପଡିବ ନାହିଁ । ଖାଦ୍ୟ ସମାଗ୍ରୀ ଦରଦାମ ବୃଦ୍ଧି ହ୍ରାସ ଲାଗି ରହିଥାଏ । କେବେକେବେ ପିଆଜ କ୍ବଣ୍ଟାଲ ପିଛା ୨୦୦ ହୋଇଥାଏ ତ କେବେ ୨୦୦୦ ହୋଇଥାଏ । ଏହା ଉପରେ ଆଲେଚନା କରାଯାଇ ଉପଯୁକ୍ତ ସମାଧାନ ବାଟ ବାହାର କରାଯିବ ।

ସୂଚନା ଅନୁସାରେ, ଦିନକୁ ଦିନ ଜରୁରୀ ସାମଗ୍ରୀର ଦରଦାମ୍‌ ବଢ଼ିବାରେ ଲାଗିଥିବା ବେଳେ ପନିପରିବା ଦାମ୍‌ ମଧ୍ୟ ଆକାଶ ଛୁଆଁ ରହିଛି । ବଜାରରେ ଟମାଟୋ ଦର ଅହେତୁକ ବୃଦ୍ଧି ପାଇବା ପରେ ଏବେ ପିଆଜ ଦର ମଧ୍ୟ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ଏଭଳି ପରିସ୍ଥିତିରେ ମହାରାଷ୍ଟ୍ର ପୂର୍ବତନ କୃଷି ମନ୍ତ୍ରୀ ଦାଦା ଭୁଷେ ପିଆଜ ଖାଇବାକୁ ନେଇ ଏଭଳି ବୟାନକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି ।