ଚନ୍ଦ୍ରଯାନ ୩ର ବଜେଟ୍ ହଲିଉଡ ଫିଲ୍ମ ‘ଇଣ୍ଟରଷ୍ଟେଲାର’ ଠାରୁ କମ୍, ପ୍ରତିକ୍ରିୟା ଦେଲେ ଏଲନ ମସ୍କ
ନୂଆଦିଲ୍ଲୀ (ସଂକେତ ଟିଭି) ଚନ୍ଦ୍ରଯାନ ୩ର ବଜେଟ ହଲିଉଡର ଖ୍ରୀଷ୍ଟୋଫର ନୋଲାନଙ୍କ ବିଜ୍ଞାନ-କଳ୍ପନା ଭିତ୍ତିକ ଫିଲ୍ମ ‘ଇଣ୍ଟରଷ୍ଟେଲାର’ର ବଜେଟ୍ ଠାରୁ କମ। ଏହି ଟୁଇଟ ଭାଇରାଲ ହେବା ପରେ ଟେସଲା ଏବଂ ଏକ୍ସର ମୁଖ୍ୟ ତଥା ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ ରିପ୍ଲାଏ ଦେଇଛନ୍ତ, ଏହି ମିଶନ ଭାରତ ପାଇଁ ଭଲ।
ସୂଚନା ଅନୁସାରେ, ଚନ୍ଦ୍ରର ଦକ୍ଷିଣ ମେରୁରେ ବିକ୍ରମକୁ ଲ୍ୟାଣ୍ଡ କରିବା ପରେ ସାରା ବିଶ୍ବରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ସମୟରେ ଚନ୍ଦ୍ରଯାନର ବଜେଟ୍ କୁ ନେଇ ଏକ ଟୁଇଟ ଭାଇରାଲ ହୋଇଛି । ପୋଷ୍ଟରେ ଲେଖାଯାଇଛି, ‘ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଚନ୍ଦ୍ରଯାନ ୩ ୭୫ ମିଲିୟନ ଡଲାର ବଜେଟ ହୋଇଥିବାବେଳେ ହଲିଉଡ ଚଳଚ୍ଚିତ୍ର ଇଣ୍ଟରଷ୍ଟେଲର୍ ୧୬୫ ମିଲିୟନ ଡଲାର। ଏଲୋନ ମସ୍କ ମଧ୍ୟ ଏହି ଟୁଇଟ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏଲନ ମସ୍କ ଏହା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, ଏହି ମିଶନ ଭାରତ ପାଇଁ ଭଲ।
ସୂଚନାଯୋଗ୍ୟ, ୨୦୧୩ରେ ଭାରତର ମାର୍ସ ମିଶନର ଗଗନୟାନର ବଜେଟ ମଧ୍ୟ ହଲିଉଡ ଚଳଚ୍ଚିତ୍ର ‘ଗ୍ରେଭିଟି’ ଠାରୁ ବହୁତ କମ ଥିଲା। ଫିଲ୍ମର ବଜେଟ ୬୪୪କୋଟି ଥିବାବେଳେ ଗଗନାୟାନର ବଜେଟ ମାତ୍ର ୪୭୦ କୋଟି ଥିଲା।