୬୦ବର୍ଷୀୟ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୩ ଯୁବକ ଅଟକ

ବଲାଙ୍ଗୀର (ସଂକେତ ଟିଭି) ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ୬୦ବର୍ଷୀୟ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଗତକାଲି ରାତିରେ ୪ଜଣ ଯୁବକ ବୃଦ୍ଧାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ଅଭିଯୋଗରେ କଣ୍ଟାବାଞ୍ଜି ଥାନାରେ ୩ ଯୁବକକୁ ଅଟକ ରଖି ତଦନ୍ତ କରୁଛି ପୁଲିସ।

ଅଭିଯୋଗ ଅନୁସାରେ ଗତକାଲି ରାତିରେ ୪ଜଣ ଯୁବକ ଉକ୍ତ ବୃଦ୍ଧାଙ୍କୁ ଦୁଷ୍କର୍ମ କରିଥିବା ସହ ମାଡ଼ ମାରିଛନ୍ତି। ରାତି ଶୋଇବା ସମୟରେ ଏହି ଘଟଣା ଘଟିଥିବା ବେଳେ ଗାଁର ହିଁ ଯୁବକମାନେ ଏଥିରେ ସାମିଲ ଥିବା ଜଣାପଡ଼ିଛି। ଏବେ ବୃଦ୍ଧାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ମାମଲାରେ କଣ୍ଟାବାଞ୍ଜି ପୁଲିସ ଦୁଷ୍କର୍ମ ଅଭିଯୋଗରେ କଣ୍ଟାବାଞ୍ଜି ଥାନାରେ ୩ ଯୁବକକୁ ଅଟକ ରଖି ତଦନ୍ତ କରୁଛି। ସେପଟେ ପରିବାର ଲୋକେ ଦୁଷ୍କର୍ମକାରୀ ଯୁବକ ମାନଙ୍କୁ ଫାଶୀ ଦିଆଯିବାକୁ ଦାବି କରିଛନ୍ତି।