ଅକ୍ଟୋବରରେ ଓଡ଼ିଶା ଗସ୍ତରେ ଆସିବେ ରାହୁଲ ଗାନ୍ଧୀ
ଭୁବନେଶ୍ବର (ସଂକେତ ଟିଭି) କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଅକ୍ଟୋବର ଶେଷ ସପ୍ତାହରେ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରିୟଙ୍କା ଗାନ୍ଧୀବି ଅକ୍ଟୋବରରେ ଆସିବାର କାର୍ଯ୍ୟକ୍ରମ ରହିଛି। କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଦିଲ୍ଲୀରେ ୫ ଜଣ ବିଧାୟକ ରାହୁଲ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିଥିବା ବେଳେ ଶେଷ ସପ୍ତାହରେ ଆସିବାକୁ ସହମତି ପ୍ରକାଶ କରିଛନ୍ତି । ୪ ଟି ଜୋନରେ ବୈଠକ କରିବାକୁ ପ୍ରସ୍ତାବ ଦେଇଛି ରାଜ୍ୟ କଂଗ୍ରେସ। ପିସିସି ସଭାପତିଙ୍କ ସହ ଆଲୋଚନା ପରେ ଚୂଡାନ୍ତ ତାରିଖ ପ୍ରସ୍ତୁତ ହେବ । ରାହୁଲଙ୍କ ସହ ଆଲୋଚନା କାଳରେ ରାଜ୍ୟ କଂଗ୍ରେସ ସଙ୍ଗଠନ ନେଇ ବି ବିସ୍ତୃତ ଆଲୋଚନା ହୋଇଛି। ଏ ନେଇ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ସୂଚନା ଦେଇଛନ୍ତି।