ଭାରତର ହଜାର ହଜାର କିଲୋମିଟର ଜମି ଛଡ଼ାଇ ନେଇଛି ଚୀନ, ମିଛ କହୁଛନ୍ତି ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ (ସଂକେତ ଟିଭି) ଭାରତର ହଜାର ହଜାର କିଲୋମିଟର ଜମି ଛଡ଼ାଇ ନେଇଛି ଚୀନ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଦଳଙ୍କ ସହ ଏକ ବୈଠକରେ ଏହି ପ୍ରସଙ୍ଗରେ ମିଛ କହିଛନ୍ତି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ।
କାରଗିଲରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଲଦ୍ଦାଖ ଏକ ରଣନୀତିକ ସ୍ଥାନ। ଗୋଟିଏ କଥା ସ୍ପଷ୍ଟ ଯେ ଚାଇନା ଭାରତର ଜମି ନେଇଛି। ଚୀନ ଆମଠାରୁ ହଜାରେ କିଲୋମିଟର ଜମି ଛଡ଼ାଇ ନେଇଛି। ଏହା ଦୁଃଖର ବିଷୟ ଯେ ଭାରତର ପ୍ରଧାନମନ୍ତ୍ରୀ ବିରୋଧୀ ଦଳ ବୈଠକରେ କହିଛନ୍ତି ଯେ କେହି ଭାରତର ଏକ ଇଞ୍ଚ ମଧ୍ୟ ନେଇ ନାହାଁନ୍ତି। ଏହା ସମ୍ପୂର୍ଣ୍ଣ ମିଥ୍ୟା। ଲଦ୍ଦାଖର ପ୍ରତ୍ୟେକ ବ୍ୟକ୍ତି ଜାଣନ୍ତି ଯେ ଚୀନ ଲଦ୍ଦାଖର ଜମି ନେଇଛି ଏବଂ ପ୍ରଧାନମନ୍ତ୍ରୀ ସତ କହୁ ନାହାଁନ୍ତି।
ରାହୁଲ ଗାନ୍ଧୀ ଆହୁରି କହିଛନ୍ତି, କିଛି ମାସ ପୂର୍ବରୁ ଆମେ କନ୍ୟାକୁମାରୀଠୁ କାଶ୍ମୀରକୁ ଭାରତ ଯୋଡ ଯାତ୍ରା କରିଥିଲୁ । ଆମର ଲକ୍ଷ୍ୟ ଥିଲା ଦେଶରେ ବିଜେପି ଓ ଆରଏସଏସ ଯେଉଁ ହିଂସା ଓ ଘୃଣା ବିସ୍ତାର କରିଛନ୍ତି ତା ବିରୋଧରେ ସ୍ବର ଉଠାଇବା । ଦେଶରେ ଭାଇଚାରା ଓ ପ୍ରେମ ସ୍ଥାପନା ପାଇଁ ପ୍ରୟାସ କରିଥିଲୁ । ଘୃଣାର ବଜାରରେ ଆମେ ପ୍ରେମର ଦୋକାନ ଖୋଲିବାକୁ ଯାତ୍ରା କରିଥିଲୁ । ଯାତ୍ରା ସମୟରେ ଶୀତ ଯୋଗୁଁ ଲଦ୍ଦାଖ ଆସି ପାରି ନଥିଲୁ । ମୋ ହୃଦୟରେ ଏବେ ବି ଅଛି କି ଲଦ୍ଦାଖରେ ସେହି ଯାତ୍ରା କରିବା ଦରକାର । ପାଦରେ ନହେଲେ ବି ମୋଟର ସାଇକେଲରେ ଏହି ଯାତ୍ରା କରିଛି । ଲଦ୍ଦାଖର କୋଣ ଅନୁକୋଣରେ ଲୋକଙ୍କ ସହ କଥା ହୋଇଛି ।
ପ୍ରକାଶ ଥାଉ କି, ପୂର୍ବରୁ ଗତ ଅଗଷ୍ଟ 20 ତାରିଖରେ ଲଦାଖ ପାଙ୍ଗୋଙ୍ଗ ଦ୍ରଦ ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ 79ତମ ଜନ୍ମଜୟନ୍ତୀ ପାଳନ କରି ମୋଦି ସରକାରଙ୍କୁ ଆଟାକ କରିଥିଲେ । ଲଦାଖବାସୀ କହୁଛନ୍ତି ସୀମାକୁ ଧଶେଇ ପଶିଛି ଡ୍ରାଗନ ସେନା । ଚୀନ ସୀମା ଅତିକ୍ରମ କରିଛି । ସ୍ଥାନୀୟ ଲୋକ ଏହା କହୁଛନ୍ତି । ଭାରତର ଅନେକ ଅଞ୍ଚଳକୁ ଅକ୍ତିଆର କରି ସାରିଛି ଚୀନ ମାତ୍ର ପ୍ରଧାନମନ୍ତ୍ରୀ କହୁଛନ୍ତି ଲଦାଖରେ ଇଞ୍ଚେ ଜାଗା ନେଇନାହିଁ ଚୀନ ଲଦାଖରେ ଚୀନର ସେନା ସୀମା ଅତିକ୍ରମ ପ୍ରସଙ୍ଗରେ ମୋଦି ସରକାରଙ୍କୁ ଟାର୍ଗେଟ କରି ଏହା କହିଥିଲେ ରାହୁଲ ।