ଡ୍ରେନ୍ କାଦୁଅରେ ରାସ୍ତା ମରାମତି କରୁଛି ବାଲେଶ୍ବର ମୁନିସିପାଲିଟି

ବାଲେଶ୍ବର ( ସଂକେତ୍ ଟିଭି ) ବାଲେଶ୍ବର ମୁନିସିପାଲିଟିର ଅଜବ ନୀତି ଦେଖିବାକୁ ମିଳିଛି ସହରର ସହଦେବଖୁଣ୍ଟା ବସଷ୍ଟାଣ୍ଡ ନିକଟରେ । ସହଦେବଖୁଣ୍ଟା ବସଷ୍ଟାଣ୍ଟ ନିକଟରେ ମାଲଗୋଦାମକୁ ଯିବା ରାସ୍ତା ଉପରେ ପାଣି ଜମି ଯିବା ସହିତ ରାସ୍ତା କାଦୁଅ ହୋଇ ଯାଉଥିଲା । ହେଲେ ସେଠାରେ କ୍ରସର ଡଷ୍ଟ କିମ୍ବା ମୋରମ ପକାଇ ସମତୁଲ କରିବା ପରିବର୍ତ୍ତେ ଗତକାଲି ବାଲେଶ୍ବର ପୌରପାଳିକା ପକ୍ଷରୁ ନିକଟରେ ଥିବା ଡ୍ରେନରୁ କଳାରଙ୍ଗର କାଦୁଅ କାଢି ପୋତୁଥିବାର ଦେଖାଯାଇଥିଲା । ଏହା ସେହି ଅଂଚଳରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରିବା ସହିତ ପ୍ରବଳ ଦୁର୍ଗନ୍ଧରେ ପରିବେଶ ଫାଟି ପଡୁଥିଲା ।

ସେପଟେ ଏହା ଦେଖି ସ୍ଥାନୀୟ ଦୋକାନୀମାନେ ଏହାକୁ ପ୍ରବଳ ବିରୋଧ କରିଥିଲେ । ଯାହାଫଳରେ ସେଠାରେ କାମ କରୁଥିବା ସଫେଇ କର୍ମଚାରୀଙ୍କୁ କାମ ବନ୍ଦ କରିବାକୁ ପଡିଥିଲା ।