ଆସନ୍ତା ଅଗଷ୍ଟ ୩୧ରୁ କଲାହାଣ୍ଡି ଜିଲ୍ଲାକୁ ଉଡ଼ିବ ବିମାନ

ଭୁବନେଶ୍ୱର( ସଂକେତ୍ ଟିଭି ) କଳାହାଣ୍ଡିର ଉତ୍କେଲା ବିମାନ ବନ୍ଦର ଆସନ୍ତା ୩୧ ତାରିଖରେ ଉଦଘାଟନ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ଟା ୩୦ରେ ଭୁବନେଶ୍ବର ବିମାନ ବନ୍ଦରରୁ ଉତ୍କେଲାକୁ ପ୍ରଥମ ବିମାନ ସେବା ଉଦଘାଟନ କରିବେ।
। ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଭି.କେ ସିଂ ଭିଡିଓ କନଫ୍ରେନସିଂ ମାଧ୍ୟମରେ ଯୋଡି ହେବେ ।

ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ଉତ୍କେଲା ଓ ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ ହେବାକୁ ଥିବା ବେଳେ ଆଗକୁ ଏହା ରାୟପୁରକୁ ସମ୍ପ୍ରସାରିତ ହେବ ବୋଲି ସୂଚନା ମିଳିଛି । ପ୍ରତିଦିନ ଭୁବନେଶ୍ବରରୁ ଉତ୍କେଲାକୁ ଗୋଟିଏ ଥର ଚଳାଚଳ କରିବ ବିମାନ । ଉତ୍କେଲାରେ ସର୍ବପ୍ରଥମ ବାଣିଜ୍ୟିକ ବିମାନ ସେବା ଆରମ୍ଭ ହେବ । ରନୱେ ସମ୍ପ୍ରସାରଣ କାର୍ୟ୍ୟ ଆଗେଇ ଚାଲିଛି । ରନ୍‌ୱେର ଲମ୍ବ ୧୮ ଶହ ମିଟର ହେବ । ଯେଉଁଥିରେ ବଡ଼ ବିମାନ ମଧ୍ୟ ଅବତରଣ କରିପାରିବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଝାରସୁଗୁଡ଼ା,ରାଉରକେଲା,ରଙ୍ଗେଇଲୁଣ୍ଡା ଓ ଜୟପୁରକୁ ବିମାନ ଯୋଗାଯୋଗ କରୁଥିବା ବେଳେ ଏବେ ଏଥିରେ ଯୋଡ଼ି ହେବ ଭବାନୀପାଟଣା । ଉଡାନ ସ୍କିମରେ ଉତ୍କେଲା ବିମାନ ବନ୍ଦର ରାଜ୍ୟର ପଞ୍ଚମ ବିମାନ ବନ୍ଦର ହେବାକୁ ଯାଉଛି । ତେବେ ବାକି ଥିବା ଏୟାର ଷ୍ଟ୍ରିପ ଆଗକୁ ମଧ୍ୟ କାର୍ଯ୍ଯକ୍ଷମ ହେବାର ସମ୍ଭାବନା ରହିଛି ।