ବୋଲେରୋକୁ ଧକ୍କା ଦେଇ ୩୦ମିଟର ଘୋଷାଡି ନେଲା ମାଲବାହୀ ଟ୍ରେନ

ପାରାଦ୍ୱୀପ (ସଂକେତ୍ ଟିଭି) ବୋଲେରୋକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରେନ। ଟ୍ରେନ ଆସୁଥିବା ବେଳେ ଟ୍ରାକ ଉପରେ ହଠାତ୍ ବୋଲେରୋଟି ଅଟକି ଯାଇଥିଲା । ଫଳରେ ଟ୍ରେନଟି ବୋଲେରୋକୁ ଧକ୍କା ଦେଇଥିଲା । ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ବନ୍ଦର ନିଷେଧାଞ୍ଚଳ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଦୁଇଜଣ ଆହତ ହୋଇଥିବା ଖବର ମିଳିଛି ।

ସୂଚନା ଅନୁସାରେ, ପାରାଦ୍ୱୀପ ବନ୍ଦରର ନିଷେଧାଞ୍ଚଳ ମଧ୍ୟରେ ଏକ କୋଇଲା ବୋଝେଇ ଟ୍ରେନ ଯାଉଥିବା ସମୟରେ ବୋଲେରୋଟି ସେହି ସମୟରେ ଟ୍ରାକ ଅତିକ୍ରମ କରୁଥିଲା । କୌଣସି କାରଣ ବସତଃ ବୋଲେରୋଟି ଟ୍ରାକରେ ଅଟକି ଯାଇଥିଲା । ଫଳରେ ଟ୍ରେନଟି ବୋଲେରୋକୁ ଧକ୍କା ଦେଇଥିଲା । ଟ୍ରେନର ଗତି ମନ୍ଥର ଥିବାରୁ ବୋଲେରୋକୁ ପାଖାପାଖି 30 ମିଟର ଘୋଷାଡି ନେଇଥିଲା । ବୋଲେରୋରେ ବସିଥିବା ବନ୍ଦର କର୍ମଚାରୀଙ୍କ ମଧ୍ୟରୁ ଦୁଇଜଣ ଆହତ ହୋଇଛନ୍ତି ।

ପାରାଦୀପ କାର୍ଗୋ କମ୍ପାନୀରେ ଦୁର୍ଘଟଣା ଘଟି ଶ୍ରମିକ ଆହତ ଦୁର୍ଘଟଣାରେ ଆହତ କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଦୁହିଁଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ଏହି ଘଟଣା ପରେ ବନ୍ଦର କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛନ୍ତି ।