୨୦୦ ଟଙ୍କା ଶସ୍ତା ହେଲା ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ( ସଂକେତ୍ ଟିଭି ) ରକ୍ଷା ବନ୍ଧନ ଅବସରରେ ସରକାର ଦୁଇ ଶହ ଟଙ୍କା ଶସ୍ତାରେ ଏଲପିଜି ସିଲିଣ୍ଡର ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ମୁଦ୍ରାସ୍ଫୀତିରେ ଅସୁବିଧା ଭୋଗୁଥିବା ଲୋକଙ୍କ ପାଇଁ ମୋଦି ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସୂଚନାନୁସାରେ, ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଏହି ସୁବିଧା ସମସ୍ତ ହିତାଧିକାରୀଙ୍କ ପାଇଁ ଉପଲବ୍ଧ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଉୱାଲା ଯୋଜନା ଅଧୀନରେ ଥିବା ହିତାଧିକାରୀଙ୍କୁ ଅଧିକ ୨୦୦ ଟଙ୍କାର ସବସିଡି ଦେବା ପାଇଁ କ୍ୟାବିନେଟ ଅନୁମୋଦନ କରିଛି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଉୱାଲା ଯୋଜନା ହିତାଧିକାରୀଙ୍କ ପାଇଁ ସିଲିଣ୍ଡର ପିଛା ୪୦୦ ଟଙ୍କା ରିହାତି ମିଳିବ ବୋଲି ସେ କହିଛନ୍ତି।