ମାଗଣାରେ ମେଡିକାଲ ଓ ଇଞ୍ଜିନିୟରିଂ ପାଠ ପଢ଼ିବେ ଏସ୍‌ସି/ଏସ୍‌ଟି ଛାତ୍ରଛାତ୍ରୀ

ଭୁବନେଶ୍ୱର (ସଂକେତ୍ ଟିଭି): ମାଗଣାରେ ମେଡିକାଲ ଓ ଇଞ୍ଜିନିୟରିଂ ପଢିପାରିବେ ଏସ୍‌ସି/ଏସ୍‌ଟି ଛାତ୍ରଛାତ୍ରୀ । ତାଙ୍କର ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ଏହା ଖର୍ଚ୍ଚ ହେବ । ଏନେଇ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ସୂଚନା ଦିଆଯାଇଛି ।

ଏହି ଯୋଜନାରେ ରାଜ୍ୟ ସରକାର ସରକାରୀ ସ୍କୁଲରେ ପଢୁଥିବା ଏସ୍‌ସି/ଏସ୍‌ଟି ଛାତ୍ରଛାତ୍ରୀଙ୍କ ବାର୍ଷିକ ଫି, କୋର୍ସ ଫି ସହିତ ବହି ଖର୍ଚ୍ଚ, ଟ୍ୟୁସନ ଫି’ ଏବଂ ହଷ୍ଟେଲ ଫି’ବହନ କରିବେ । ୨୦୨୩-୨୪ ଶିକ୍ଷା ବର୍ଷରୁ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି ।