ବର୍ଷାରେ ଜଳବନ୍ଦୀ ହେଲା ଜି୨୦ ଶିଖର ସମ୍ମିଳନୀ ସ୍ଥଳ ଭାରତ ମଣ୍ଡପମ୍

ନୂଆଦିଲ୍ଲୀ (ସଂକେତ୍ ଟିଭି) ନୂଆଦିଲ୍ଲୀରେ ଦୁଇ ଦିନ ଧରି ଚାଲିଥିବା ଅଷ୍ଟାଦଶ ଜି୨୦ ଶିଖର ସମ୍ମିଳନୀ ଚାଲିଥିଲା । ଦିଲ୍ଲୀର ‘ଭାରତ ମଣ୍ଡମ’ରେ ଏହି ସମ୍ମିଳନୀ ଚାଲିଥିଲା । ସମଗ୍ର ବିଶ୍ବର ନେତାମାନେ ଏଠି ଏକତ୍ରିତ ହୋଇଥିଲା । ହେଲେ ଗତକାଲି ରାତିରେ ପ୍ରବଳ ବର୍ଷା ପରେ ପ୍ରଗତି ମୈଦାନର ଏହି ମୁଖ୍ୟ କାର୍ଯ୍ୟକ୍ରମ କେନ୍ଦ୍ର ‘ଭାରତ ମଣ୍ଡପମ’ରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଥିଲା ।

ଯୁବ କଂଗ୍ରେସ ଅଧ୍ୟକ୍ଷ ବି.ବି ଶ୍ରନିବାସ ‘ଭାରତ ମଣ୍ଡପମ’ର ଏହି ଜଳବନ୍ଦୀ ଭିଡିଓକୁ ଏକ୍ସରେ ପୋଷ୍ଟ କରି ସରକାରଙ୍କ ଉପରେ ବର୍ଷିଛନ୍ତି । ଲେଖିଛନ୍ତି, ଜି୨୦ ସମ୍ମିଳନୀ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ପ୍ରସ୍ତୁତି ହେଲା । ହେଲେ ଏଠାରେ ବିକାଶ ସ୍ପଷ୍ଟ ଦେଖାଯାଉଛି । କଂଗ୍ରେସର ଅଫିସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଏହି ଭିଡିଓ ସେୟାର କରାଯାଇ ସରକାରଙ୍କ ବିଶ୍ବସ୍ତରୀୟ ପ୍ରସ୍ତୁତିକୁ କଟାକ୍ଷ କରାଯାଇଛି । କଂଗ୍ରେସ କହିଛି, ମିଛ ବିକାଶର ପୋଲ ଖୋଲିଛି । ଜି୨୦ ସମ୍ମିଳନୀ ପାଇଁ ‘ଭାରତ ମଣ୍ଡପମ’ରେ ୨୭ ଶହ କୋଟି ଖର୍ଚ୍ଚ ହୋଇଛି । ହେଲେ ମାତ୍ର ଥରେ ବର୍ଷାରେ ବିକାଶରେ ପାଣି ପଶିଗଲା ।