ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର (ସଂକେତ୍ ଟିଭି) ଆୟ ବର୍ହିଭୁତ ସମ୍ପତ୍ତିଠୁଳ ଅଭିଯୋଗରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ଚଢ଼ାଉରେ ଭିଜିଲାନ୍ସର ୩ ଡ଼ିଏସପି, ୧୦ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

ସୂଚନା ଅନୁସାରେ, ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ୱାରେଣ୍ଟ ବଳରେ ଭିଜିଲାନ୍ସ ଏକକାଳୀନ ଚାରୋଟି ସ୍ଥାନରେ କରିଛି । ବାଲୁଗାଁରେ ଥିବା ଜେନା କଲୋନୀ, ଖୋର୍ଦ୍ଧା ଟାଙ୍ଗି ଥାନା ହରିପୁର ଠାରେ ବିଲ୍ଡିଂ, ବାଲୁଗାଁ ଚୁଡା ମିଲ ନିକଟରେ ଥିବା ସମ୍ପର୍କୀୟଙ୍କ ଘର, ଛୋଟରାୟପୁରଶାସନରେ ଥିବା ୩ ପ୍ଲଟ ସମ୍ପର୍କରେ ତଥ୍ୟ ନେଉଛି ଭିଜିଲାନ୍ସ । ସଂଗ୍ରାମ ଗଞ୍ଜାମ ବୁଗୁଡାର ପୂର୍ବତନ ତହସିଲଦାର ଥିଲେ।