ପୋଖରୀ ଭିତରେ ପଶିଗଲା କାର୍
ବାଲେଶ୍ବର (ସଂକେତ ଟିଭି) ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ମାର୍କୋଣା ବଜାର ସାହି ନିକଟରେ ପ୍ରବଳ ବର୍ଷା ଯୋଗୁଁ ଭାରସାମ୍ୟ ହରାଇ ପୋଖରୀ ଭିତରେ ପଶିଗଲା ଏକ କାର୍ । କାଚରେ ଥିବା ୫ ଜଣ କାଚ ଭାଙ୍ଗି ବାହାରିଥିଲେ ।
ସୂଚନା ଅନୁସାରେ, ବୁଧବାର ଦିନ ସକାଳ ସମୟରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ୧୬ ନମ୍ବର ଜାତୀୟ ରାଜପଥ ମାର୍କୋଣା ବଜାର ସାହି ନିକଟରେ ଏକ କାର୍ଟି ପୋଖରୀ ଭିତରେ ପଡିଯାଇଛି । କାର୍ଟି ଭାରସାମ୍ୟ ହରାଇ ହଠାତ୍ ପୋଖରୀ ଭିତରକୁ ପଡିଯାଇଥିଲା । ଯାହାଫଳରେ କାର୍ ଭିତରେ ଥିବା ୫ଜଣ ମଧ୍ୟ ପୋଖରୀରେ ପଡିଯାଇଥିଲା ।
ସ୍ଥାନୀୟ ଲୋକେ ଦୁର୍ଘଟଣା ସଂପର୍କରେ ସୂଚନା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାସହିତ କାର୍ କାଚ ଭାଙ୍ଗି ୫ଜଣଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସିମୁଳିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।