ନବୀନ ପଟ୍ଟନାୟକଙ୍କୁ ବଧେଇ ଦେବାକୁ ଓଡିଶା ଆସୁଛନ୍ତି ଅମିତ୍ ଶାହ : କଂଗ୍ରେସ
ଭୁବନେଶ୍ୱର (ସଂକେତ ଟିଭି) ନବୀନ ପଟ୍ଟନାୟକଙ୍କୁ ବଧେଇ ଦେବାକୁ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅମିତ ଶାହଙ୍କ ଓଡିଶା ଗସ୍ତକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଓଡ଼ିଶା ଆସିବାକୁ ମନା ନାହିଁ । ତେବେ ସେ ନବୀନ ପଟ୍ଟନାୟକଙ୍କୁ ବଧେଇ ଦେବାକୁ ଆସୁଛନ୍ତି ।
ବାହିନୀପତି କହିଛନ୍ତି ଯେ ବିଜେଡି ଯେଉଁଭଳି ଦିଲ୍ଲୀ ବିଲକୁ ସମର୍ଥନ ଆଉ ଅନାସ୍ତାକୁ ବିରୋଧ କଲା ସେଥିପାଇଁ ସେ ନବୀନଙ୍କୁ ଭେଟି ଶୁଭେଚ୍ଛା ଜଣାଇବାକୁ ଆସୁଛନ୍ତି । କିନ୍ତୁ ଏହା ଦ୍ୱାରା ବିଜେପିର ୨୦ ପ୍ରତିଶତ ଭୋଟ ବ୍ୟାଙ୍କ କମିଯିବ । ଯେଉଁଟା କି କଂଗ୍ରେସ ଓ ବିଜେଡିକୁ ଯିବ । ମୋତେ ଲାଗୁଛି ନିର୍ବାଚନ ପାଇଁ ଅମିତ ଶାହ ସେଟିଂ କରିବାକୁ ଆସୁଛନ୍ତି । ବିଜେଡି-ବିଜେପି ଭିତରେ ମେଣ୍ଟ ହୋଇଯିବ ।
ସେ କହିଛନ୍ତି ଯେ ଇଣ୍ଡିଆ ଗଠନ ପରେ ବିଜେପି ଓ ବିଜେଡି ଉଭୟ ଡରି ଯାଇଛନ୍ତି । ବିଶେଷ କରି ବିଜେପି ଅଧିକ ଭୟବିତ ତେଣୁ ଅମିତ ଶାହ ଚାରିଆଡେ ବୁଲି କି ସେଟିଂ କରୁଛନ୍ତି । ଆଉ ଏପଟେ ସେମାନେ କହିବା ଆଗରୁ ନବୀନ ଇଡ଼ି ଆଉ ସିବିଆଇ ଭୟରେ ସମର୍ଥନ ଦେବାରେ ବ୍ୟସ୍ତ । ତେଣୁ ଲାଗୁଛି ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ ହୋଇଯିବ ।