ସାହାରା ଗୃପ ନିବେଶକଙ୍କ ଖାତାକୁ ଆସିଲା ଟଙ୍କା
ନୂଆଦିଲ୍ଲୀ (ସଂକେତ ଟିଭି) ସାହାରା ଗ୍ରୁପ୍ର ଆକାଉଣ୍ଟଧାରୀଙ୍କୁ ସେମାନଙ୍କ ଟଙ୍କା ଆଜିଠାରୁ ସାହାରା ରିଫଣ୍ଡ ପୋର୍ଟାଲ ମାଧ୍ୟମରେ ସ୍ଥାନାନ୍ତର କରାଯାଇଛି । କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପ୍ରତ୍ୟେକ ହିତାଧିକାରୀଙ୍କୁ ୧୦୦୦୦ ଟଙ୍କା ମୂଲ୍ୟର ପ୍ରଥମ କିସ୍ତି ହସ୍ତାନ୍ତର କରିଛନ୍ତି।
ସେ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ପୋର୍ଟାଲରେ ୧୮ ଲକ୍ଷ ଲୋକ ପଞ୍ଜୀକୃତ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଆଜି ପ୍ରତ୍ୟେକ ୧୦୦୦୦ଟଙ୍କାର ପ୍ରଥମ କିସ୍ତି ୧୧୨ ହିତାଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି।
ସୂଚନାଯୋଗ୍ୟ, ଜୁଲାଇ ୧୮ରେ ଶାହା ସାହାରା ଇଣ୍ଡିଆର ନିବେଶକଙ୍କ ନିକଟକୁ ଟଙ୍କା ଫେରସ୍ତ ପାଇଁ ନୂଆଦିଲ୍ଲୀରେ ସାହାରା ଇଣ୍ଡିଆ ପୋର୍ଟାଲ ଆରମ୍ଭ କରିଥିଲେ। ପୋର୍ଟାଲ ମାଧ୍ୟମରେ ସାହାରାର ସେହି ନିବେଶକମାନଙ୍କୁ ଟଙ୍କା ଫେରସ୍ତ କରାଯାଉଛି, ଯାହାର ନିବେଶ ଅବଧି ସମାପ୍ତ ହୋଇଛ। ପୋର୍ଟାଲରେ ସାହାରା ଇଣ୍ଡିଆର ନିବେଶକଙ୍କ ସମ୍ପୂର୍ଣ୍ଣ ବିବରଣୀ ରହିଛି।