FeaturedLatestNewsPolitics

ଓଡିଶା ଦଖଲ ପାଇଁ ସଂଗଠନକୁ ମଜବୁତ କର: ବିଜେପି କର୍ମୀଙ୍କୁ କହିଲେ ଅମିତ ଶାହ

ଭୁବନେଶ୍ବର (ସଂକେତ ଟିଭି) ସ୍ଵରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହ ନିଜର ଓଡ଼ିଶା ଗସ୍ତରେ ସଂଗଠନ ସୁଦୃଢ ପାଇଁ କର୍ମୀଙ୍କୁ ଆହ୍ଵାନ ଦେଇଛନ୍ତି। ଭୁବନେଶ୍ବରସ୍ଥିତ ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ସେ ଯୋଗ ଦେଇ ଓ୍ଵାର୍ଡ, ପଞ୍ଚାୟତଠୁ ନେଇ ଜିଲ୍ଲା ପର୍ଯ୍ୟନ୍ତ ସଂଗଠନ ସୁଦୃଢ ପାଇଁ ଆହ୍ଵାନ ଦେଇଛନ୍ତି।

ସେ କର୍ମୀଙ୍କୁ କହିଛନ୍ତି, ମନରୁ ଦ୍ଵନ୍ଦ ଦୂର କରି ଲଢେଇ ପାଇଁ ପ୍ରସ୍ତୁତ ରୁହ। ଯାହାକୁ ଯେଉଁ ଦାୟିତ୍ବ ଦିଆଯାଇଛି, ସେହି ଅନୁଯାୟୀ କାମ କର। କେନ୍ଦ୍ର ସରକାର ଆବଶ୍ୟକତା ଅନୁସାରେ ପଦକ୍ଷେପ ନେଉଛନ୍ତି। ଏହା ହେଉଛି କେନ୍ଦ୍ରର ରଣନୀତି।

ରାଜ୍ୟରେ ଚାଲିଥିବା ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ଆନ୍ଦୋଳନ ପାଇଁ ଆହ୍ଵାନ ଦେଇଛନ୍ତି। ବିଜେପି ଆନ୍ଦୋଳନ କରି ଏହାକୁ ଏକ ନିର୍ଣ୍ଣାୟକ ସ୍ତରକୁ ନେବାକୁ କହିଛନ୍ତି। କେନ୍ଦ୍ର ଅନୁଦାନ ଯେମିତି ତଳସ୍ତର ପର୍ଯ୍ୟନ୍ତ ପହଞ୍ଚିବ ସେଥିପ୍ରତି ଦୃଷ୍ଟି ଦେବାକୁ ସେ କହିଛନ୍ତି । ଲୋକ ଚାହିଁଲେ ସରକାର ବେଶୀ ଦୂର ନୁହେଁ ବୋଲି ସେ କହିଛନ୍ତି ।